ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ମୁସ୍ଲିମ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦୀରୁ ଅପହରଣ କରିନେବା ଘଟଣାରେ ଆଜି ଭାରତ ପାକିସ୍ତାନ ହାଇ କମିସନରଙ୍କୁ ସମନ ଜାରି କରିଛି। ଏହି ଘଟଣାକୁ ଗମ୍ଭୀରତାର ସହ ବିଚାର କରି ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଭାରତ ଦାବି କରିଛି। ଏହା ସହିତ ପାକିସ୍ତାନ ଏହି ମାମଲାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସମ୍ପୃକ୍ତ ଯୁବତୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ତତ୍ପରତା ଦେଖାଇବା ପାଇଁ ଭାରତ କହିଛି। ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନର ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ହାଲା ସହରର ଶାହାରୁଖ ଗୁଲ୍ ନାମକ ଜଣେ ମୁସଲିମ ଯୁବକ ଏବଂ ତା’ର କିଛି ସହଯୋଗୀ କିଶୋର ଦାସଙ୍କ କନ୍ୟା ଭାରତୀଙ୍କୁ ବିବାହ ବେଦୀରୁ ଅପହରଣ କରି ନେଇଥିଲା। ଏହାପରେ ବଳପୂର୍ବକ ତାଙ୍କର ଧର୍ମ ପରିବର୍ତ୍ତନ କରି ଶାହାରୁଖ ତାଙ୍କୁ ବିବାହ କରିଥିଲା। ଏହି ଘଟଣାକୁ ନେଇ ଆଜି ଭାରତ ଆପତ୍ତି ଉଠାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp