‘ଆମେ ଭାରତକୁ ହରାଇ ଦେଇଛୁ’, ଆଫଗାନିସ୍ତାନରେ ତାଲିବାନ ଦଖଲକୁ ନେଇ ପାକିସ୍ତାନ ଗୃହମନ୍ତ୍ରୀଙ୍କ ବୟାନ

କରାଚୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପ୍ରସଙ୍ଗରେ ପାକିସ୍ତାନ ଖୁସିରେ ଗଦଗଦ ହୋଇଯାଇଛି | ତାଲିବାନ ଦଖଲକୁ ନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ପାକିସ୍ତାନର ବିଜୟ ଏବଂ ଭାରତର ପରାଜୟ ବୋଲି କହିଛନ୍ତି | ପାକିସ୍ତାନ ମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଦେଖିଛି ଯେ ଭାରତ ଏବେ ଦୁଃଖରେ ଅଛି। ଭାରତ ନାଗରିକମାନଙ୍କୁ ଆଫଗାନିସ୍ତାନରୁ ବାହାର କରୁଛି ଏବଂ ଏହା ପରାଜୟର ପ୍ରଦର୍ଶନ କରୁଛି। ଆଫଗାନିସ୍ତାନରେ ଭାରତର ପରାଜୟର ଶ୍ରେୟ ପାକିସ୍ତାନ ଏବଂ ଏହାର ଅନୁଷ୍ଠାନକୁ ସେ ଦେଇଛନ୍ତି ।

ରସିଦ କହିଛନ୍ତି “ପାକିସ୍ତାନ ବର୍ଷ ବର୍ଷ ଧରି ଆଫଗାନିସ୍ତାନରେ ବିଶୃଙ୍ଖଳାର ମୂଲ୍ୟ ଦେଇ ଆସୁଥିଲା ଏବଂ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଥିଲା, କାରଣ ଆଫଗାନିସ୍ତାନରେ ଶାନ୍ତି ଅର୍ଥ ହେଉଛି ପାକିସ୍ତାନରେ ଶାନ୍ତି।” ବାସ୍ତବରେ ପାକିସ୍ତାନ ତାଲିବାନର କବଜାକୁ ଏହାର ବିଜୟ ବୋଲି ବିବେଚନା କରୁଛି କାରଣ ଗତ ୨୦ ବର୍ଷରେ ଆଫଗାନିସ୍ତାନର ବିକାଶରେ ଭାରତର ପ୍ରମୁଖ ଭୂମିକା ରହିଥିଲା |

ଆଉ ଏଥିପାଇଁ ଭାରତ ବିରୋଧରେ ଆଫଗାନିସ୍ତାନର ମାଟିକୁ ପାକିସ୍ତାନ ବ୍ୟବହାର କରିବାରେ ସକ୍ଷମ ହୋଇନଥିଲା। ବର୍ତ୍ତମାନ ପାକିସ୍ତାନ ବିଶ୍ୱାସ କରୁଛି ଯେ ତାଲିବାନ ଶାସନ କଲେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତ ବିରୋଧରେ ବ୍ୟବହାର କରିପାରିବ।

ସମ୍ବନ୍ଧିତ ଖବର