କଶ୍ମୀର ପ୍ରସଙ୍ଗରେ ଆଇସିଜେର ଦ୍ୱାରସ୍ଥ ହେବା ପାଇଁ ପାକିସ୍ତାନ ନିକଟରେ କୌଣସି ତଥ୍ୟ ପ୍ରମାଣ ନାହିଁ: ପାକିସ୍ତାନୀ ଆଇସିଜେ ଓକିଲ

ଇସ୍‌ଲାମାବାଦ: କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଭାରତ ସେଠାରେ ସେନା ବାହିନୀ ସହାୟତାରେ ଆତଙ୍କରାଜ ସୃଷ୍ଟି କରିବା ସହ ନରସଂହାର ଚଳାଇଛି ବୋଲି ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ମିଳିତ ଜାତିସଂଘରେ ଅଭିଯୋଗ କରିବା ସହ ଏ ପ୍ରସଙ୍ଗରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ର ଦ୍ୱାରସ୍ଥ ହେବେ ବୋଲି ବାରମ୍ବାର ମୁହଁ ଭୁରୁଡ଼ି ମାରୁଛନ୍ତି। ହେଲେ, ଇମ୍ରାନ୍‌ଙ୍କ ଏ ମୁହଁ ଭୁରୁଡ଼ି ଯେ ବୃଥା ଲୋକ ଦେଖାଣିଆ ଓ ସତ୍ୟତା ଠାରୁ ବହୁ ଦୂରରେ; ଏହାକୁ ଆଜି ସ୍ୱୀକାର କରିଛନ୍ତି ଆସିଜେରେ ପାକିସ୍ତାନର ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନୀ ଓକିଲ ଖଓ୍ଵର କୁରେସୀ।

The Dawn

ଏ ଅଭିଯୋଗକୁ ଆଇସିଜେରେ ପ୍ରମାଣିତ କରିବା ପାଇଁ ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାରଙ୍କ ନିକଟରେ କୌଣସି ପ୍ରକାରର ସମାନ୍ୟତମ ପ୍ରମାଣ କିମ୍ବା କୌଣସି ପ୍ରକାରର ଦସ୍ତବେଜ୍‌ ନାହିଁ ବୋଲି ପାକିସ୍ତାନୀ ଓକିଲ ଖଓ୍ଵର କୁରେସୀ କହିବା ପରେ ଆଉଥରେ ହରଡ଼ଘଣାରେ ପଡ଼ି ପଡ଼ିବା ସହ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛି ଇମ୍ରାନ୍‌ଙ୍କ ସରକାର।

ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆସିଜେ)ରେ ପାକିସ୍ତାନର ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନୀ ଓକିଲ ଖଓ୍ଵର କୁରେସୀ କହିଛନ୍ତି ଯେ ବିନା କୌଣସି ପ୍ରମାଣ କିମ୍ବା ତଥ୍ୟ ଆଧାରରେ ଭାରତ ବିରୋଧରେ ଏପ୍ରକାରର ସଙ୍ଗୀନ୍‌ ଆରୋପ ଲଗାଇ ଆଇସିଜେର ଦ୍ୱାରସ୍ଥ ହେବା ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ। ତେଣୁ, ଏ ପ୍ରକାରର ଚିନ୍ତାଧାରା ଓ ଉଦ୍ୟମରୁ ବିରତ ରହିବା ପାଇଁ ଇମ୍ରାନ୍‌ ସରକାରକୁ ପରାମର୍ଶ ଦେଇଛନ୍ତି ଖଓ୍ଵର କୁରେସୀ।

ସମ୍ବନ୍ଧିତ ଖବର