ଇସ୍ଲାମାବାଦ: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍ରେ ଅଭିନନ୍ଦନ ଜଣାଇବା ଘଟଣାକୁ ସ୍ୱାଗତ କରିଛି ଇମ୍ରାନ୍ଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ୍-ଇ- ଇନ୍ସାଫ୍ (ପିଟିଆଇ)। ଏଥିସହ ଦୁଇ ଦେଶ ପାକିସ୍ତାନ ଓ ଭାରତ ମଧ୍ୟରେ ବିଗତ ୨୦୧୫ରୁ ବନ୍ଦ ହୋଇ ଯାଇଥିବା ଦ୍ୱି-ପାକ୍ଷିକ ଆଲୋଚନାକୁ ପୁଣି ଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ପାକିସ୍ତାନଣ ନୂତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଆଗ୍ରହୀ ବୋଲି ଗୁରୁବାର ଦିନ ପିଟିଆଇ ପକ୍ଷରୁ କୁହାଯାଇଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକିସ୍ତାନ ନିର୍ବାଚନରେ ବିଜୟ ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସୋମବାର ଦିନ ଇମ୍ରାନ୍ଙ୍କୁ ଟେଲିଫୋନ୍ କରି ତାଙ୍କର ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ, ‘ପାକିସ୍ତାନ ଓ ଭାରତ ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ଚୁକ୍ତି ଉପରେ ମିଳିତ ଭାବେ କାର୍ଯ୍ୟ କରି ଏକ ନୂତନ ଅଧ୍ୟାୟର ଆରମ୍ଭ କରିବେ’ ବୋଲି କହିଥିଲେ।
/sambad/media/post_attachments/wp-content/uploads/2018/08/Pak1.jpg)
ଟେଲିଫୋନ୍ ବାର୍ତ୍ତାଳାପ କାଳରେ ଇମ୍ରାନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଦେଶ ମଧ୍ୟରେ ରହିଥିବା ସମସ୍ତ ବିବାଦକୁ ପରସ୍ପର ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ପ୍ରବକ୍ତା ମହମ୍ମଦ ଫୈଜାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Pak.jpg)