ଆଗାମୀ ଦିନରେ ପାକିସ୍ତାନ ତଳିତଳାନ୍ତ ହୋଇଯିବା ନିଶ୍ଚିତ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ଆତଙ୍କବାଦକୁ ଦମନ କରିବା ପାଇଁ ପାକିସ୍ତାନ ବିଶେଷ କିଛି କରୁନାହିଁ । ଆତଙ୍କବାଦୀ ସଂଗଠନମାନଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା କ୍ଷେତ୍ରରେ ପାକିସ୍ତାନର କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି କହିଛି ଏସିଆ-ପାସିଫିକ ପଲିସୀ ଗ୍ରୁପ । ଏହି ଗ୍ରୁପ ହିଁ ବିଭିନ୍ନ ଦେଶର କାର୍ଯ୍ୟକଳାପର ପର୍ଯ୍ୟବେକ୍ଷଣ କରି ରିପୋର୍ଟ ଦେଇଥାଏ ଓ ଏହି ରିପୋର୍ଟ ଅନୁସାରେ ହିଁ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦେଶମାନଙ୍କୁ ଧୂଷର ବା କଳା ତାଲିକାଭୁକ୍ତ କରିଥାଏ । ତିନିମାସ ତଳେ ଫଏଟିଏଫ ପକ୍ଷରୁ ପାକିସ୍ତାନକୁ ଟେରର ଫାଇନାନ୍ସିଙ୍ଗ ଓ୍ଵାଚଲିଷ୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଫଏଟିଏଫର ଏହି ନିଷ୍ପତ୍ତି ପରେ ପାକିସ୍ତାନର ଦୁର୍ବଳ ଅର୍ଥନୀତି ଆହୁରି କ୍ଷତିଗ୍ରସ୍ତ ହୋଇଯାଇଛି । ବିଦେଶୀ ପୁଞ୍ଜି ଆସିବାରେ ମଧ୍ୟ ବାଧାସୃଷ୍ଟି ହୋଇଛି । ଏବେ ଯଦି ଏଫଏଟିଏଫ ପାକିସ୍ତାନକୁ ନିଜର ଓ୍ଵାଚଲିଷ୍ଟରେ ବଜାୟ ରଖେ ତେବେ ପାକିସ୍ତାନ ତଳିତଳାନ୍ତ ହୋଇଯିବା ନିଶ୍ଚିତ ।

ସମ୍ବନ୍ଧିତ ଖବର