ଦେବାଳିଆ ହେବା ସତ୍ତ୍ୱେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଜାରି ରଖିଛି ପାକିସ୍ତାନ : ରିପୋର୍ଟ

ଇସ୍ଲାମାବାଦ : ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ତଥାପି ପାକିସ୍ତାନ ବୁଦ୍ଧି ଶିଖୁନି । ଆତଙ୍କବାଦୀମାନଙ୍କୁ ଅର୍ଥଯୋଗାଉଥିବା ଯୋଗୁଁ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାଭୁକ୍ତ ହୋଇଛି । ଏହା ଯୋଗୁଁ ପାକିସ୍ତାନକୁ କୌଣସି ବିଦେଶୀ ପୁଞ୍ଜି ଆସୁନାହିଁ । ଏହି ତାଲିକାରୁ ହଟାଇବା ଲାଗି ପାକିସ୍ତାନକୁ କେତେକ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟ ସର୍ତ୍ତ ଥିବା ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ବନ୍ଦ କରୁ । କିନ୍ତୁ ଏବେ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ଦଳ ପାକିସ୍ତାନର ଏହି କାର୍ଯ୍ୟରେ ଖୁସିନଥିବା ଜଣାଯାଇଛି । ଏ ସଂପର୍କରେ ପାକିସ୍ତାନର ପ୍ରମୁଖ ଖବରକାଗଜ ଡନରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପାକିସ୍ତାନ ପୂର୍ବବତ ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଇଚାଲିଛି ବୋଲି ଏଫଏଟିଏଫ ଟିମ ଜାଣିପାରିଛି । ଏଣୁ ପାକିସ୍ତାନକୁ ଏବେ ଏଫଏଟିଏଫର ତାଲିକାରୁ ହଟାଇବା ସମ୍ଭାବନା ଶେଷ ହୋଇଯାଇଛି ।
ଚାରି ମାସ ତଳେ ଫଏଟିଏଫ ପକ୍ଷରୁ ପାକିସ୍ତାନକୁ ଟେରର ଫାଇନାନ୍ସିଙ୍ଗ ଓ୍ଵାଚଲିଷ୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଫଏଟିଏଫର ଏହି ନିଷ୍ପତ୍ତି ପରେ ପାକିସ୍ତାନର ଦୁର୍ବଳ ଅର୍ଥନୀତି ଆହୁରି କ୍ଷତିଗ୍ରସ୍ତ ହୋଇଯାଇଛି । ବିଦେଶୀ ପୁଞ୍ଜି ଆସିବାରେ ମଧ୍ୟ ବାଧାସୃଷ୍ଟି ହୋଇଛି । ଏବେ ଯଦି ଏଫଏଟିଏଫ ପାକିସ୍ତାନକୁ ନିଜର ଓ୍ଵାଚଲିଷ୍ଟରେ ବଜାୟ ରଖେ ତେବେ ପାକିସ୍ତାନ ତଳିତଳାନ୍ତ ହୋଇଯିବା ନିଶ୍ଚିତ ।

ସମ୍ବନ୍ଧିତ ଖବର