ଇସଲାମାବାଦ: ପାକିସ୍ତାନ ତୋରଖାମ ସୀମା ଦେଇ ୧୧,୩୭୧ ଆଫଗାନ ଶରଣାର୍ଥୀଙ୍କୁ ଜୋରଜବରଦସ୍ତ ଆଫଗାନିସ୍ତାନକୁ ଫେରାଇ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୩,୬୬୯ ରୁ ଅଧିକ ଆଫଗାନ ଶରଣାର୍ଥୀଙ୍କୁ ସୀମା ପାର ପଠାଯାଇଛି। ସରକାରଙ୍କ ଶରଣାର୍ଥୀଙ୍କୁ ଫେରାଇବା ନିଷ୍ପତ୍ତି ଦ୍ୱାରା ବହୁ ସଂଖ୍ୟକ ଆଫଗାନ ପ୍ରଭାବିତ ହୋଇଛନ୍ତି।

Advertisment

ଆଫଗାନ ଶରଣାର୍ଥୀମାନେ ଦଶନ୍ଧି ଧରି ପାକିସ୍ତାନରେ ରହୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପାକିସ୍ତାନରେ ଜନ୍ମଗ୍ରହଣ କରିଛନ୍ତି ଏବଂ କେବେ ଆଫଗାନିସ୍ତାନ ଯାଇ ନାହାନ୍ତି।

୩୧ ମାର୍ଚ୍ଚରେ ଶେଷ ତାରିଖ ଶେଷ ହେବା ପରେ, ସାରା ଦେଶରେ ଆଫଗାନ ଶରଣାର୍ଥୀଙ୍କୁ ଫେରିବାକୁ ବାଧ୍ୟ କରାଯାଉଛି। ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଦଳ ଏହି ଅଭିଯାନ ଚଳାଇଛନ୍ତି। କିଛି ନିର୍ବାସିତ ବ୍ୟକ୍ତି କହିଛନ୍ତି ଯେ, ସେମାନଙ୍କୁ କାମ କରୁଥିବା ସମୟରେ ପାକିସ୍ତାନ ପୁଲିସ ଗିରଫ କରିଥିଲା ​​ଏବଂ ସେମାନଙ୍କ ପରିବାରକୁ ଛାଡି ଆଫଗାନିସ୍ତାନକୁ ପଠାଇ ଦିଆଯାଇଥିଲା।

 ଆଫଗାନିସ୍ତାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ନିର୍ବାସିତ ଗୁଲ ମହମ୍ମଦଙ୍କ କଥାକୁ ଉଦ୍ଧୃତ କରିଛି। ସେ କହିଛନ୍ତି, ମୁଁ ଫଳ ବଜାରରେ ଏକ ଛୋଟ ହୋଟେଲ ବ୍ୟବସାୟ ଚଳାଉଥିଲି। ପୁଲିସ ମୋ ଉପରେ ଚଢାଉ କଲା, ଖାଇବର ପଖତୁନଖ୍ୱାର ହାଜି କ୍ୟାମ୍ପରେ ଚାରି ରାତି ଅଟକ ରଖିଲା ଏବଂ ଏବେ ମୋତେ ତୋରଖାମ ଦେଇ ନିର୍ବାସିତ କରିଛି।

ହାଇଲାଇଟ୍ସ :

ପାକିସ୍ତାନ ୧୧,୩୭୧ ଆଫଗାନ ଶରଣାର୍ଥୀଙ୍କୁ ଦେଶାନ୍ତର କରିଛି।
ଆଫଗାନିସ୍ତାନ ଏହି ପଦକ୍ଷେପକୁ ନିନ୍ଦା କରିଛି।
ନିର୍ବାସିତ ଶରଣାର୍ଥୀଙ୍କ ମଧ୍ୟରୁ ଅନେକ ଦଶନ୍ଧି ଧରି ପାକିସ୍ତାନରେ ରହୁଥିଲେ।


ଦେଶର ପ୍ରମୁଖ ଦୈନିକ 'ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍' ଅନୁଯାୟୀ, ରାୱଲପିଣ୍ଡିରେ ଆଫଗାନ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ବିକ୍ରୟ କରିବା ଏବଂ ସେମାନଙ୍କ ଦୋକାନ ବନ୍ଦ କରିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଦୋକାନ ଛାଡ଼ି ଭୟରେ କୁଆଡେ ପଳାଇଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଥିବା ଅନେକ ଆଫଗାନ ଦୋକାନ ବନ୍ଦ ହୋଇଯାଇଛି କିମ୍ବା ବିକ୍ରି ହୋଇଯାଇଛି। ସହର ଏବଂ କ୍ୟାଣ୍ଟନମେଣ୍ଟରେ ଥିବା ଅନେକ ପ୍ରସିଦ୍ଧ ଆଫଗାନିସ୍ତାନ ହୋଟେଲ ବନ୍ଦ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ପୁଣି ଯୁଦ୍ଧ ଲଢ଼ିବାକୁ ପାକିସ୍ତାନର ଷଡ଼ଯନ୍ତ୍ର: ନିୟନ୍ତ୍ରଣ ରେଖାରୁ ୧୩୦ କିଲୋମିଟର ଦୂରରେ ବଡ଼ ବିମାନବନ୍ଦର ନିର୍ମାଣ

ଆଫଗାନିସ୍ତାନର ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ପାକିସ୍ତାନରୁ ଆଫଗାନ ଶରଣାର୍ଥୀଙ୍କୁ ବଳପୂର୍ବକ ଦେଶାନ୍ତର କରାଯିବାକୁ ନିନ୍ଦା କରି ଏକ କଡ଼ା ବିବୃତି ଜାରି କରିଛି। ଏହି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ଇସଲାମିକ ନୀତି, ମାନବିକ ମୂଲ୍ୟବୋଧ ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଆଫଗାନ କହିଛି।

ମନ୍ତ୍ରଣାଳୟ କହିଛି ଯେ, ଏପରି କାର୍ଯ୍ୟ କେବଳ ଅନ୍ୟାୟ ନୁହେଁ ବରଂ ଆଶ୍ରୟ ନେଉଥିବା ଆଫଗାନ ପରିବାରଙ୍କ କଲ୍ୟାଣ ପାଇଁ ମଧ୍ୟ କ୍ଷତିକାରକ। ବିବୃତିରେ କୁହାଯାଇଛି, ଆଫଗାନିସ୍ତାନ ଏହି ଶରଣାର୍ଥୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ  ଯୋଜନା ପ୍ରସ୍ତୁତି କରୁଛି ଏବଂ ସେମାନଙ୍କୁ ସେମାନଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ଅନୁମତି ଦିଆଯାଉ ବୋଲି ଆବେଦନ କରିଛି।

ଅଧିକ ପଢ଼ନ୍ତୁ: ଖୁବ୍‌ ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌, ପାଣିବୋତଲ

pakistan | afghanistan