ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ପାକିସ୍ତାନକୁ ଡକାଯାଇନାହିଁ

ନୂଆଦିଲ୍ଲୀ : ଆସନ୍ତା ୩୦ରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଏଥିପାଇଁ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି ।  କିନ୍ତୁ ଏଥରର ତାଲିକାରେ ପାକିସ୍ତାନକୁ ଡକାଯାଇନାହିଁ । ପାକିସ୍ତାନ ସହ ଭାରତର ସଂପର୍କ ସ୍ୱାଭାବିକ ହୋଇନଥିବାରୁ ଓ ଆତଙ୍କବାଦ ବିରୋଧରେ ପାକିସ୍ତାନ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉନଥିବାରୁ କ୍ଷୁବଧ ହୋଇ ମୋଦି ଏହି ନିଷ୍ପତ୍ତିି  ନେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଏଥର ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ  ବିମଷ୍ଟେକ ସଂଗଠନର ରାଷ୍ଟ୍ରମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବିମଷ୍ଟେକ ହେଉଛି ବାଂଲାଦେଶ, ଭାରତ,ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଇଣ୍ଡୋନେସିଆ, ନେପାଳ ଓ ଭୁଟାନ ମଧ୍ୟରେ ଥିବା ଏକ ସଂଗଠନ । ଏହି ସମାରୋହକୁ କିରଗୀଜସ୍ଥାନ ରାଷ୍ଟ୍ରପତି ଓ ମରିସସ ରାଷ୍ଟ୍ରପତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

୨୦୧୪ରେ ମୋଦି ନିଜର ଶପଥ ଗ୍ରହଣ ସମାରୋହ ପାଇଁ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେଥର ତତକାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଭାରତ ଆସିଥିଲେ । କିନ୍ତୁ ଏଥର ପାକିସ୍ତାନକୁ ନ ଡାକି ମୋଦି ସୂଚାଇ ଦେଇଛନ୍ତି ଯେ ସଂପର୍କ ସୁଧାରିବାକୁ ପାକିସ୍ତାନକୁ ଆହୁରି ଅନେକ କିଛି କରିବାକୁ ହେବ ।

ସମ୍ବନ୍ଧିତ ଖବର