ଜାତିସଂଘ: ପାକିସ୍ତାନରେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏହାର ସୀମାପାର ଆତଙ୍କବାଦରୁ ଦୃଷ୍ଟି ହଟାଇବାକୁ ପାକ୍ ସରକାର ପ୍ରୟାସ କରୁଛି। ଜାତିସଂଘରେ ଆଜି ଭାରତ ପାକିସ୍ତାନର ‘ଅଯଥା ଆପତ୍ତି’କୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ପହଲଗାମ ଆକ୍ରମଣକୁ ବିଶ୍ୱ ଭୁଲିନାହିଁ।
ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି, ସିଏଏସି (ଶିଶୁ ଓ ସଶସ୍ତ୍ର ସଂଘର୍ଷ) ଏଜେଣ୍ଡାର ଅନ୍ୟତମ ଗୁରୁତର ଉଲ୍ଲଂଘନକାରୀ ପାକିସ୍ତାନର ପ୍ରତିନିଧିଙ୍କ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ମନ୍ତବ୍ୟର ଜବାବ ଦେବାକୁ ମୁଁ ବାଧ୍ୟ। ଜାତିସଂଘ ନିରାପତ୍ତା ପରିଷଦରେ ‘ଶିଶୁଙ୍କ ପ୍ରତି ଘୋର ଉଲ୍ଲଂଘନକୁ ରୋକିବା ପାଇଁ ପ୍ରଭାବଶାଳୀ ରଣନୀତି’ ଶୀର୍ଷକ ଏକ ଆଲୋଚନାରେ ହରିଶ କହିଛନ୍ତି ଯେ ପାକିସ୍ତାନ ଜାତିସଂଘର ପ୍ରକ୍ରିୟା ଉପରେ ଅଯଥା ଆପତ୍ତି ଉଠାଉଛି ଏବଂ ସେମାନଙ୍କ ମନ୍ଦ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ବିଭିନ୍ନ ଆଲୋଚନାରେ ଭାରତ ବିରୋଧରେ ମିଥ୍ୟା ବୟାନ ଦେଉଛି। ହରିଶ କହିଛନ୍ତି ଯେ, ସିଏଏସି ଉପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ରିପୋର୍ଟରେ ପାକିସ୍ତାନରେ ସଶସ୍ତ୍ର ସଂଘର୍ଷରେ ଶିଶୁଙ୍କ ବିରୋଧରେ ଗମ୍ଭୀର ଉଲ୍ଲଂଘନ ବିଷୟରେ ବିବରଣୀ ଦିଆଯାଇଛି।
ନିଜ ଦେଶରେ ଶିଶୁଙ୍କ ଉପରେ ଅତ୍ୟାଚାରରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରୁଛି ପାକିସ୍ତାନ
ପାକିସ୍ତାନରେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଏହାର ସୀମାପାର ଆତଙ୍କବାଦରୁ ଦୃଷ୍ଟି ହଟାଇବାକୁ ପାକ୍ ସରକାର ପ୍ରୟାସ କରୁଛି। ଜାତିସଂଘରେ ଆଜି ଭାରତ ପାକିସ୍ତାନର ‘ଅଯଥା ଆପତ୍ତି’କୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ପହଲଗାମ ଆକ୍ରମଣକୁ ବିଶ୍ୱ ଭୁଲିନାହିଁ।
/sambad/media/media_files/2025/06/27/adsdbvbggb-2025-06-27-04-01-04.jpg)