ଜାଶ୍ମୀର ପୁଲିସ ହାତରେ ଧରା ପଡିଲା ସଂଦିଗ୍ଧ ପାକିସ୍ତାନୀ ଗୁପ୍ତଚର

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ରହି ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଆଜି ପୁଲିସ ଏକ ସଂଦିଗ୍ଧ ଆଇଏସଆଇ ଏଜେଣ୍ଟକୁ ଗିରଫ କରିଛି । ସେହରାନ ଶେଖ ନାମକ ଏହି ବ୍ୟକ୍ତି ମୂଳତଃ କାଶ୍ମୀର ବାସିନ୍ଧା । ସେ ରାଜ୍ୟର କିସ୍ତଓ୍ଵାର ଜିଲ୍ଲାରେ ଆକ୍ରମଣ ଲାଗି ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଛି ।

ଗୁଇନ୍ଦା ସୁତ୍ରରୁ ଖବର ପାଇ ପୁଲିସ କେତେକ ସ୍ଥାନରେ ଚଢଉ କରିବା ବେଳେ ସେ ଧରାପଡିଥିଲା । ସେ ପୁଲିସ ଓ କିସ୍ତଓ୍ଵାର ଜିଲ୍ଲାରେ ମୃତୟନ ହୋଇଥିବା ସେନା ସଂପର୍କରେ ଗୋପନ ତଥ୍ୟ ସଂଗ୍ରହ କରୁଥିଲା ଓ ତାହାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପଠାଉଥିଲା ।

ସେ ମଧ୍ୟ ହିଜବୁଲ ମୁଜାହିଦ୍ଦିନ ସଂପର୍କରେ ଥିଲା ବୋଲି ପୁଲିସ ଜାଣିପାରିଛି । ସେ ସଂଗ୍ରହ କରୁଥିବା ତଥ୍ୟକୁ ଭିତ୍ତିକରି ସେନା ଶିବିର ଓ ପୁଲିସ ବାରାକ ଉପରେ ଆକ୍ରମଣ କରାଯାଇଥାନ୍ତା । ତା ପାଖରୁ କେତେକ ସଂବେଦନଶୀଳ ଭିଡିଓ, କାଗଜପତ୍ର, ମାନଚିତ୍ର ଆଦି ମିଳିଛି ।

ସମ୍ବନ୍ଧିତ ଖବର