ନୂଆଦିଲ୍ଲୀ : ପାକିସ୍ତାନର ଜଣେ ସାମ୍ବାଦିକ ଭାରତ ଗସ୍ତରେ ଆସି ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରିଥିବା ସ୍ବୀକାର କରିଛନ୍ତି। ମିର୍ଜା ୨୦୦୭ରୁ ୨୦୧୦ ମଧ୍ୟରେ ଉପା ସରକାର ସମୟରେ ଦିଲ୍ଲୀ ଏବଂ ଆଲିଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୨୦୦୯ ଅକ୍ଟୋବର ୨୭ରେ ଆତଙ୍କବାଦ ବିରୋଧରେ ଦିଲ୍ଲୀରେ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ଜାମା ମସଜିଦ ୟୁନାଇଟେଡ୍ ଫୋରମ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଗତକାଲି ମିର୍ଜା ଭର୍ଚୁଆଲ ଭାବେ ଏକ ଉଦ୍ବୋଧନ ଦେବା ସମୟରେ କହିଛନ୍ତି ଯେ ଭାରତ ଗସ୍ତ ସମୟରେ ସେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଆଇଏସ୍ଆଇକୁ ଦେଇଥିଲେ। ମିର୍ଜା କହିଛନ୍ତି, ମହମ୍ମଦ ହମିଦ ଅନ୍ସାରୀ ଭାରତର ଉପ ରାଷ୍ଟ୍ରପତି ଥିବା ସମୟରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ଗସ୍ତ କାଳରେ ବିଭିନ୍ନ ସୂଚନା ସଂଗ୍ରହରେ ସେ ଲିପ୍ତ ରହିଥିଲେ ଏବଂ ପାକ୍ ସରକାରଙ୍କ ସହ ଲଗାତାର ଯୋଗାଯୋଗରେ ଥିଲେ। ପରେ ତାଙ୍କୁ ଭାରତରୁ ଅଧିକ ସୂଚନା ଆଣିବାପାଇଁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ମିର୍ଜାଙ୍କ ଭାରତ ଗସ୍ତ ସମୟରେ ସେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ପାଟନା ଏବଂ କୋଲକାତା ଯାଇଥିଲେ।
ପାକିସ୍ତାନ ସାମ୍ବାଦିକଙ୍କ ବଡ଼ ସ୍ବୀକାରୋକ୍ତି: ଭାରତ ଗସ୍ତରେ ଆସି ଆଇଏସ୍ଆଇ ପାଇଁ ଗୁଇନ୍ଦାଗିରି କରିଥିଲେ
/sambad/media/post_attachments/wp-content/uploads/2022/07/fhsfhsfsfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)