ପାକିସ୍ତାନରେ ସାମ୍ବାଦିକଙ୍କୁ ହତ୍ୟା

ଇସଲାମାବଦ୍‌: ପାକିସ୍ତାନୀ ସେନା ଏବଂ ଆଇଏସ୍‌ଆଇକୁ ସମାଲୋଚନା କରି ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଜଣେ ୨୨ ବର୍ଷୀୟ ପାକ୍‌ ବ୍ଲଗର୍‌ ଏବଂ ସାମ୍ବାଦିକଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି। ପାକ୍‌ ସାମ୍ବାଦିକ ମହମ୍ମଦ ବିଲାଲ୍‌ ଖାନ୍‌ ତାଙ୍କର ଜଣେ ବନ୍ଧୁଙ୍କ ସହ ଥିବାବେଳେ ତାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ତାଙ୍କୁ ଜଣେ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ‌ସେଠାରେ ତାଙ୍କୁ ଡ୍ରାଗର ବ୍ୟବହାର କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। କିଛି ଲୋକ ମଧ୍ୟ ନିକଟସ୍ଥ ଅଞ୍ଚଳରେ ଗୁଳି ଶବ୍ଦ ଶୁଣିଥିବା କହିଛନ୍ତି। ଖାନ୍‌ଙ୍କ ବନ୍ଧୁ ମଧ୍ୟ ଉକ୍ତ ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖାନ୍‌ଙ୍କର ଟ୍ବିଟରରେ ୧୬,୦୦୦ ଅନୁଗାମୀ, ୟୁଟ୍ୟୁବ୍‌‌ରେ ୪୮,୦୦୦ ଅନୁଗାମୀ ଏବଂ ଫେସବୁକ୍‌ରେ ୨୨,୦୦୦ ଅନୁଗାମୀ ଅଛନ୍ତି। ସେ ମଧ୍ୟ ଜଣେ ଫ୍ରିଲାନ୍ସ ସାମ୍ବାଦିକ। ତେବେ ଖାନ୍‌ଙ୍କର ମୃତ୍ୟୁପରେ ଅନେକ ଟ୍ବିଟର ୟୁଜର କହିଛନ୍ତି ଯେ ଖାନ୍‌ ପାକିସ୍ତାନ ସେନା ଏବଂ ଆ‌ଇଏସ୍ଆଇକୁ ସମାଲୋଚନା କରିଥିବାରୁ ତାଙ୍କୁ ହତ୍ୟା କରାଯାଇଛି।

ସମ୍ବନ୍ଧିତ ଖବର