ପାକିସ୍ତାନୀ ସାମ୍ବାଦିକଙ୍କ ଦାବି, ୫ ଯବାନଙ୍କୁ ହତ୍ୟା କରିଛନ୍ତି କଶ୍ମୀର ମୁସଲିମ ପୁଲିସ

ଦାବି ଖଣ୍ଡନ କଲା ସିଆରପିଏଫ୍‌

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ତଥା ସିଆର୍‌ପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସ ମଧ୍ୟରେ ସଂଘର୍ଷ ହୋଇଛି ଏବଂ ଜଣେ କଶ୍ମୀର ମୁସଲିମ୍‌ ପୁଲିସ ୫ ଜଣ ସିଆର୍‌ପିଏଫ୍‌ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ଆଜି ଜଣେ ପାକିସ୍ତାନୀ ସାମ୍ବାଦିକ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ପାକିସ୍ତାନୀ ସାମ୍ବାଦିକ ୱାଜହାତ୍‌ ସୟିଦ ଖାନ୍‌ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ କଶ୍ମୀରରେ ଜଣେ ଗର୍ଭବତୀ ମହିଳାଙ୍କୁ ଛାଡ଼ିବାପାଇଁ କର୍ଫ୍ୟୁ ପାସ୍‌ ମଗାଯିବାରୁ ଏହାକୁ ନେଇ କଶ୍ମୀର ପୁଲିସ ଏବଂ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ବିବାଦ ହୋଇଥିଲା‌। ଏହାଫଳରେ ଜଣେ କଶ୍ମୀର ମୁସଲିମ୍‌ ପୁଲିସ ୫ ଜଣ ସିଆରପିଏଫ୍‌ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କିନ୍ତୁ ସିଆରପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ଏହି ଦାବିକୁ ଖଣ୍ଡନ କରାଯାଇଛି। ସିଆରପିଏଫ୍‌ ପାକିସ୍ତାନୀ ସାମ୍ବାଦିକଙ୍କ ଟ୍ବିଟ୍‌କୁ ଖଣ୍ଡନ କରି କହିଛି ଯେ, ଜମ୍ମୁ କଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ କୌଣସି ପ୍ରକାର ସଂଘର୍ଷ ହୋଇନି। ସମସ୍ତ ସୁରକ୍ଷାକର୍ମୀ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କରୁଛନ୍ତି ଏବଂ ଏଭଳି ଏକ ଦାବି ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ସିଆରପିଏଫ୍‌ ପକ୍ଷରୁ କୁହାଯାଇଛି। ସିଆରପିଏଫ୍‌ ମୁଖପାତ୍ର ପାକିସ୍ତାନୀ ସାମ୍ବାଦିକଙ୍କ ଏହି ଦାବିକୁ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର