ଇସଲାମାବାଦ: ପାକିସ୍ତାନରେ ଧ୍ରମଗ୍ରନ୍ଥ କୋରାନକୁ ଅପମାନିତ କରିଥିବା ଅଭିଯୋଗରେ କିଛି ଲୋକଙ୍କ ଭିଡ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛି। ଲୋକମାନେ ବ୍ୟକ୍ତିଙ୍କୁ ଗଛରେ ଟାଙ୍ଗି ଦେଇ ପଥର ଫିଙ୍ଗିଥିଲେ। ଏହି ସମୟରେ ସେ ନିଜକୁ ନିର୍ଦ୍ଦୋଷ ଦର୍ଶାଇ ଲୋକଙ୍କୁ ଛାଡିଦେବାକୁ କହିଥିଲା। କିନ୍ତୁ ଲୋକମାନେ ତାର କଥା ମାନି ନଥିଲେ। ଯେତେ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରି ନଥିଲେ ସେତେପର୍ଯ୍ୟନ୍ତ ତାଙ୍କ ଉପରେ ଲୋକମାନେ ପଥର ଫିଙ୍ଗିଥିଲେ।

Advertisment

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ଘଟଣା ପାକିସ୍ତାନର ପଞ୍ଜାବ ରାଜ୍ୟର ଖାନେଓ୍ଵାଲ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି। ଖବର ଅନୁସାରେ ଘଟଣାଦିନ ଲୋକମାନେ ନମାଜ ପାଠ କରିବାକୁ ଏକାଠି ହୋଇଥିଲେ। ସେହି ସମୟରେ ଜଣେ ଲୋକ କୋରାନର କିଛି ପୃଷ୍ଠାକୁ ଚିରି ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଲୋକମାନେ କ୍ରୋଧିତ ହୋଇ ତାଙ୍କ ଉପରେ ଆକ୍ରମଣ କରିଦେଇଥିଲେ।

କ୍ରୋଧିତ ଲୋକମାନେ ପ୍ରଥମେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଥିଲେ, ଏହାପରେ ତାଙ୍କୁ ଗଛ ଉପରେ ଝୁଲାଇ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଅଧିକ ଲୋକଙ୍କ ଗହଳି ଏକାଠି ହୋଇ ଅଭିଯୁକ୍ତଙ୍କ ଉପରେ ପଥର ଫିଙ୍ଗିଥିଲେ। ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ ଅନୁସାରେ, ପଥର ଫିଙ୍ଗିବା ପୂର୍ବରୁ ହିଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାଇଥିଲା ଓ ଅଭିଯୁକ୍ତଙ୍କୁ ଧରି ନେଇଥିଲା। କିନ୍ତୁ ଲୋକଙ୍କ ଗହଳି ତାଙ୍କୁ ପୁଲିସ ହେପାଜତରୁ ଛଡାଇ ନେଇଥିଲା।
ଘଟଣାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ପରେ ପାକିସ୍ତାନ ସରକାର ସମାଲୋଚନାର ସ୍ଵୀକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ ଏବିଷୟରେ ରିପୋର୍ଟ ମାଗିଛନ୍ତି।