ନୂଆଦିଲ୍ଲୀ : ପୂର୍ବରୁ ଭାରତ-ପାକ୍ ମଧ୍ୟରେ ଆଶାନ୍ତିର ବାତାବରଣ ଥିବା ବେଳେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ଆହୁରି ଖରାପ ହୋଇଛି । କଶ୍ମୀରରେ ହିଂସାକାଣ୍ଡ ଭିଆଇ ଅଶାନ୍ତି ସୃଷ୍ଟି ପାଇଁ ପାକ୍ ବିଭିନ୍ନ ପ୍ରକାରର ବାଟ ଆପଣାଇ ମଧ୍ୟ ସଫଳ ହୋଇ ପାରୁ ନ ଥିବାରୁ ଆତଙ୍କାବାଦୀ ଆକ୍ରମଣର ଯୋଜନା କରୁଥିବା ନେଇ ସୂଚନା ପୂର୍ବରୁ ମିଳିିଛି । ଅଗଷ୍ଟ ୫ ପରଠାରୁ ଏଭଳି ସତର୍କ ସୂଚନା ମିଳି ଆସୁଥିବା ବେଳେ ଏବେ କଶ୍ମୀରରେ ପ୍ରବେଶ କରିବା ପାଇଁ ପାକିସ୍ତାନ ଆଫ୍ଗାନିସ୍ତାନରୁ ଆତଙ୍କବାଦୀଙ୍କୁ ନିଯୁକ୍ତ କରୁଥିବା ଜଣାପଡ଼ିଛି। ଆଫଗାନୀ ଓ ପାସ୍ତୋ ଭାଷାଭାଷୀ ଯୁବକଙ୍କୁ ଆତଙ୍କବାଦୀ ଭାବେ ନିଯୁକ୍ତି ଦେବା ଲାଗି ପାକିସ୍ତାନ ପାକ-ଅଧିକୃତ କଶ୍ମୀରରେ ନିୟୋଜିକ କରୁଛି।
/sambad/media/post_attachments/543f5c0040342ca4fa5aaf87390e9da63e9971b6f05684b505ef41a2e8282946.jpeg)
କଶ୍ମୀରର ସ୍ଥିତି ଦେଖି ଗୁଇନ୍ଦା ବିଭାଗ କହିଛି କି, କିଛି ଦିନ ମଧ୍ୟରେ କଶ୍ମୀରରେ ଅଣ-କଶ୍ମୀରୀ ଓ ଉର୍ଦ୍ଦୁ କହି ପାରୁ ନ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ପାକିସ୍ତାନ ଜମ୍ମୁ ଓ କଶ୍ମୀରରେ ଆଫ୍ଗାନୀ ଓ ପାସ୍ତୋ ଭାଷା କହୁଥିବା ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ଯୋଜନା କରୁଛି ।
କିଛି ଦିନ ତଳେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଖେବର ପଖ୍ତୁନ୍ଖ୍ଵାରେ ଏକ ବୈଠକ ରଖାଯାଇଥିଲା । ସେଠାରେ ପାକିସ୍ତାନୀ ସେନା ଓ ଆଇଏସ୍ଆଇ ପକ୍ଷରୁ ଆତଙ୍କବାଦୀ କମାଣ୍ଡରଙ୍କୁ ଫିଦାଇଁ (ଆତ୍ମଘାତୀ) ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।