ଭାରତରୁ ଜୀବନ ରକ୍ଷାକାରୀ ଔଷଧ ଆମଦାନି କରିବ ପାକିସ୍ତାନ

ନୂଆଦିଲ୍ଲୀ: ବାଣିଜ୍ୟ ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ କୋହଳ ମନୋଭାବ ପୋଷଣ କରିଛି। ଭାରତରୁ ଏହି ଦେଶ ଜୀବନ ରକ୍ଷାକାରୀ ଔଷଧ ଆମଦାନି କରିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଗତମାସରେ ପାକିସ୍ତାନ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଥିଲା। ତେବେ ପାକିସ୍ତାନର ‌ବାଣିଜ୍ୟ ମନ୍ତ୍ରାଳୟ ଏବେ ଭାରତରୁ ଔଷଧ ଆମଦାନି କରିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ଜିଓ ଟିଭି ପ୍ରସାରଣ କରିଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଭାରତ ଶୁଳ୍କକୁ ୨୦୦ ପ୍ରତିଶତକୁ ବୃଦ୍ଧି କରିଛି। ଗତ ୧୬ ମାସ ମଧ୍ୟରେ ପାକିସ୍ତାନ ଭାରତରୁ ୩୬ ନିୟୁତ ଡଲାର ମୂଲ୍ୟର ଜଳାନ୍ତକ ଓ ସାପ କାମୁଡ଼ା ଟିକା ଆମଦାନି କରିଛି।

ସମ୍ବନ୍ଧିତ ଖବର