ପାକିସ୍ତାନର ଭୟ… ମୋଦି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି

ଇସ୍ଲାମାବାଦ : ଭାରତ ନିକଟ ଭବିଷ୍ୟତରେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ପାକିସ୍ତାନ ଆଶଙ୍କା କରୁଛି । ନିକଟରେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ କହିଥିଲେ ଯେ ଆଗାମୀ କିଛି ମାସ ପାକିସ୍ତାନ ପାଇଁ ବେଶ ବିପଦ ରହିଛି । କାରଣ ୨୦୧୯ରେ ଭାରତରେ ନିର୍ବାଚନ ଥିବାରୁ ଭାରତରେ ଶାସନ କରୁଥିବା ମୋଦି ସରକାର ପୁଣି ଥରେ ଏକ ସର୍ଜିକାଲ ଷ୍ଟ୍ରାଇକ କରିପାରନ୍ତି ।  ନିକଟରେ ବିଜେପି ତିନୋଟି ରାଜ୍ୟରେ ପରାଜୟ ବରଣ କରିଥିବାରୁ ଚାପରେ ରହିଛି । ନିଜର ଭୋଟର ମାନଙ୍କୁ ସନ୍ତୁଷ୍ଟ କରିବାକୁ ମୋଦି ପାକ ବିରୋଧୀ ହାଓ୍ଵାକୁ ବଢାଇବାକୁ ଚାହିଁବେ । ଏଥିପାଇଁ ସେ ସୀମା ସେପଟେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ସେ ପଛେଇବେ ନାହିଁ ।

ତେବେ ଏହାର ଉତ୍ତର ରଖିଛି ବିଜେପି । ବିଜେପି ମୁଖପାତ୍ର ନଲୀନ କୋହଲୀ କହିଛନ୍ତି ଯେ ପାକିସ୍ତାନ ମନ୍ତ୍ରୀଙ୍କ ଏହି କଥା ପାକିସ୍ତାନର ସ୍ୱୀକାରୋକ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ଏହା ମଧ୍ୟ ସତ ଯେ ସୀମା ସେପଟେ ଆହୁରି ଆତଙ୍କବାଦୀ କ୍ୟାମ୍ପ ରହିଛି ।

ସମ୍ବନ୍ଧିତ ଖବର