ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ। ଏଥର କୌଣସି ରାଜନେତା ବା ରାଜନୀତିକୁ ନେଇ ନୁହେଁ ବରଂ ଗୋଟିଏ ଶବ୍ଦର ଭୁଲ ଅର୍ଥ କହି ଲୋକହସା ହୋଇଛନ୍ତି ମନ୍ତ୍ରୀ ଫୱାଦ ଚୌଧୁରୀ। ଗୋଟେ ଇଂରାଜୀ ଶବ୍ଦର ଭୁଲ ଅର୍ଥ କହି ଏବେ ଫୱାଦ ଚୌଧୁରୀ ସମାଲୋଚନାର ଶିକାର ହୋଇଛନ୍ତି।
ସୂଚନା ମୁତାବକ, ଦରଦାମ ବୃଦ୍ଧି ନେଇ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବାବେଳେ ଘଟିଛି ଏଭଳି ଘଟଣା। ସାମ୍ବାଦିକ ସମ୍ମିଳନୀରେ ସେ ପିଆଜ ଏବଂ ରସୁଣର ମୂଲ୍ୟ ବିଷୟରେ କହୁଥିଲେ। ହେଲେ ଭୁଲବଶତଃ ସେ 'ଗାର୍ଲିକ'ର ଅର୍ଥ ଅଦା ବୋଲି କହିଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
"Garlic is adrak," information minister Fawad Chaudhry. One learns a new thing everyday. pic.twitter.com/oXjgey4Kd8
— Naila Inayat (@nailainayat) November 23, 2021
ସବୁଠାରୁ ବଡ଼ କଥା ହେଲା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସାମ୍ବାଦିକ ଗାର୍ଲିକ ମାନେ ରସୁଣ ବୋଲି କହିବା ପରେ ବି ବୁଝିନଥିଲେ ମନ୍ତ୍ରୀ । ବାରମ୍ବାର କହିଚାଲିଥିଲେ ଯେ ‘ଗାର୍ଲିକ ମାନେ ଅଦା’ । ତେବେ ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଏବେ ବିରୋଧୀଙ୍କ ସମେତ ଭାରତରେ ଲୋକହସା ହୋଇଛନ୍ତି ଫୱାଦ ଚୌଧୁରୀ।