ସମଝୌତା ଏକ୍ସପ୍ରେସ ପରେ କରାଚୀରୁ ଯୋଧପୁରକୁ ସଂଯୋଗ କରୁଥିବା ଥର୍‌ ଏକ୍ସପ୍ରେସକୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ : ଗତକାଲି ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ହଠାତ ବନ୍ଦ କରିବା ପରେ ପାକିସ୍ତାନ ସରକାର ଆଜି କରାଚୀ ଓ ଭାରତର ଯୋଧପୁରକୁ ସଂଯୋଗ କରୁଥିବା ଥର ଏକ୍ସପ୍ରେସକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଏ ସଂପର୍କରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମଦ ସୂଚନା ଦେଇଛନ୍ତି । ଏହି ଟ୍ରେନଟି ପାକିସ୍ତାନ ରେଳବାଇ ପକ୍ଷରୁ ଚଳାଯାଉଥିଲା ଓ ଏହା କରାଚୀରୁ ବାହାରି ସୀମାରେ ଥିବା ପାକିସ୍ତାନୀ ଟାଉନ ଖୋକ୍ରାପାର ପର୍ଯ୍ୟନ୍ତ ଯାଉଥିଲା । ଯାତ୍ରୀମାନେ ସେଠାରେ ସୀମା ପାର କରିବାପରେ ସୀମା ଏପଟେ ଥିବା ମୁନାବାଓ ଟାଉନରୁ ଭାରତର ଲିଙ୍କ ଏକ୍ସପ୍ରେସ ଧରି ଯୋଧପୁର ଯାଆନ୍ତି ।

Zee News

ଭାରତ ସରକାର ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଠାଇବା ପ୍ରତିବାଦରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ପଦକ୍ଷେପ ନେଉଛି । ଗତକାଲି ପାକିସ୍ତାନ ପକ୍ଷରୁ ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ବନ୍ଦ କରିଦେଇଥିଲେ । ତେବେ ପାକିସ୍ତାନର ଏହି ପଦକ୍ଷେପକୁ ଏକପାଖିଆ ବୋଲି କହି ଏହାର ପୁନର୍ବିଚାର କରିବାକୁ ଭାରତର ବୈଦେଶିକ ମନ୍ତ୍ରାଳୟ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର