ସମୁଦ୍ରରେ ବିପଦରେ ପଡ଼ିଥିବା ୧୨ଜଣ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ନୌସେନା, କିନ୍ତୁ ଏହାପରେ ନିଜର ଅସଲ ରୂପ ଦେଖାଇଲା

ନୂଆଦିଲ୍ଲୀ :  ପୁଣି ଧରାପଡିଛି ପାକିସ୍ତାନର କଳା କାରନାମା । ଗଭୀର ମହାସାଗରରେ ବିପଦରେ ପଡିଥିବା ଏକ ଭାରତୀୟ ମାଛଧରା ବୋଟକୁ ସାହାଯ୍ୟ ବଦଳରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେବାକୁ ବାଧ୍ୟ କରି ବିବାଦ ସୃଷ୍ଟି କରିଛନ୍ତି । ଏହାକୁ ମଧ୍ୟ ରେକର୍ଡିଂ କରି ପାକିସ୍ତାନ ଟିଭିରେ ପ୍ରଦର୍ଶିତ ହୋଇଛି ।

ମିଳିଥିବା ସୂଚନା ମୁତାବକ ଏହି ଘଟଣାଟି ଗତ ଏପ୍ରିଲ ମାସର । ୧୨ ଜଣ ମତ୍ସଜୀବିଥିବା ତାମିଲନାଡୁର ଗୋଟିଏ ମାଛଧରା ବୋଟ୍ଗତ ଏପ୍ରିଲ ୧୫ ତାରିଖରେ ଆରବ ସାଗରରେ ପ୍ରବେଶ କରିଥିଲା । ତେବେ ଗଭୀର ସାଗର ମଧ୍ୟରେ ଏହି ଲଞ୍ଚର ଇଂଜିନ ଖରାପ ହୋଇଯାଇଥିଲା । ଫଳରେ ଏହି ବୋଟ ତରଫରୁ ଆଖପାଖରେ ଯାଉଥିବା ବିଭିନ୍ନ ଜାହଜକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ କେହି ଶୁଣିନଥିଲେ । ପ୍ରାୟ ୧୦-୧୨ ଦିନ ପରେ ପାକିସ୍ତାନ ନୌସେନାର ପିଏନଏସ ଆଲାମଗୀର ଏହି ସହାୟତା ଅନୁରୋଧକୁ ଗ୍ରହଣ କରିଥିଲା ଓ ସହାୟତା ପାଇଁ ଆଗେଇ ଆସିଥିଲା । ଭୋକରେ ଥିବା ମତ୍ସ୍ୟଜୀବି ମାନଙ୍କୁ ପିଏନଏସ ଆଲାମଗୀର ତରଫରୁ ଖାଦ୍ୟ ଦିଆଗଲା ଓ ତାଙ୍କ ଇଂଜିନିୟରମାନେ ଖରାପ ହୋଇଥିବା ଇଂଜିନକୁ ସଜାଡ଼ିଦେଲେ । ଭାରତୀୟ ମତ୍ସଜୀବିମାନେ ଭାବିଲେ ଯେ ଦୂନିଆରେ ବୋଧେ ପାକିସ୍ତାନୀଙ୍କଠାରୁ ବଳି ଭଲ ଲୋକ କେହି ନାହାନ୍ତି । କିନ୍ତୁ ଠିକ ଏହି ସମୟରେ ପାକିସ୍ତାନ ନିଜର ପ୍ରକୃତ ରୂପ ଦେଖାଇଲା । ଭାରତୀୟ ମତ୍ସ୍ୟଜୀବିମାନଙ୍କୁ କୁହାଗଲା ଯେ ସେମାନଙ୍କୁ ପାକିସ୍ତାନ ଜିନ୍ଦାବାଦ କହିବାକୁ ହେବ । ନୋଚେତ ଛଡାଯିବ ନାହିଁ । ପ୍ରାଣବିକଳରେ ଏହି ଭାରତୀୟମାନେ ପାକିସ୍ତାନ ଜିନ୍ଦାବାଦ କହିଲେ ଓ ତାହାକୁ ଭିଡିଓ ରେକର୍ଡିଂ କରି ପାକିସ୍ତାନ ଟିଭିରେ ପ୍ରଦର୍ଶିତ ହେଉଛି । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

 

ସମ୍ବନ୍ଧିତ ଖବର