ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଦ୍ବାରା ଜମ୍ମୁ କଶ୍ମୀରରେ ମାନବାଧିକାର ସ୍ଥିତି ସଂକ୍ରାନ୍ତ ଦାଖଲ କରାଯାଇଥିବା ମିଳିତ ବିବୃତିକୁ ୬୦ଟି ଦେଶ ଦ୍ବାରା ସମର୍ଥନ କରାଯାଇଛି ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ ପକ୍ଷରୁ ଏହି ବିବୃତିକୁ ବିଦେଶ ବିଭାଗ ୱେବସାଇଟ୍ରେ ପୋଷ୍ଟ୍ କରାଯାଇ। ତେବେ କେଉଁ ଦେଶ ପାକିସ୍ତାନକୁ ସମର୍ଥନ କରିଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରକାଶ କରାଯାଇ ନାହିଁ। ୟୁଏନ୍ଏଚ୍ଆସିରେ ପାକିସ୍ତାନୀ ପ୍ରତିନିଧି ଦଳର ଜଣେ ସଦସ୍ୟ କହିଛନ୍ତି, ଯେଉଁ ଦେଶମାନେ ପାକିସ୍ତାନକୁ ସମର୍ଥନ କରୁଛନ୍ତି ସେମାନଙ୍କ ତାଲିକା ଭାରତୀୟ ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯିବ। କୁହାଯାଉଛି ଯେ ଓଆଇସି (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍)ର ୫୭ ସଦସ୍ୟ ଏବଂ ପାକିସ୍ତାନର ବନ୍ଧୁ ଚୀନ୍ ପାକିସ୍ତାନର ମିଳିତ ବିବୃତିକୁ ସମର୍ଥନ କରିଛନ୍ତି। କିନ୍ତୁ ପାକିସ୍ତାନ ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶର ସମର୍ଥନ ପାଇଥିବା ଜଣାଇନଥିବାରୁ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହାର ଜବାବରେ ଭାରତ କହିଛି, ପାକିସ୍ତାନ ମିଥ୍ୟାକୁ ବାରମ୍ବାର କହି ତାହାକୁ ସତ୍ୟରେ ପରିଣତ କରିପାରିବ ନାହିଁ।
କଶ୍ମୀର ପ୍ରସଙ୍ଗ: ୬୦ ଦେଶର ସମର୍ଥନ ଦାବି କଲା ପାକିସ୍ତାନ
ମିଛକୁ ବାରମ୍ବାର କହିଲେ ସତ ହୋଇଯିବ ନାହିଁ: ଭାରତ