ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନ ଭିତରେ ପଶି ବାଲାକୋଟ ଠାରେ ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦର ଆଡ୍ଡାକୁ ଧ୍ୱଂସ କରି ଦେଇଥିଲା। ତେବେ, ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପ୍ରତିଶୋଧ ପରାୟଣ ପାକିସ୍ତାନ ବାୟୁସେନା ଭାରତୀୟ ବାୟୁସୀମା ମଧ୍ୟକୁ ପ୍ରବେଶ କରି ଆକ୍ରମଣ ପାଇଁ ବହୁ ମିଶନ ଆରମ୍ଭ କରିଥିଲେ ମଧ୍ୟ ତା’ର ସବୁ ମିଶନ ବିଫଳ ହୋଇଥିବା ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆ।
ଏଥିସହ ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆ କହିଛନ୍ତି ଯେ ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ତା’ର ବାୟୁସୀମାକୁ ସିଲ୍ କରି ଦେଇଥିବା କାରଣରୁ ଏହା ପାକିସ୍ତାନର ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପାଇଁ ସମସ୍ୟାର କାରଣ ପାଲଟିଛି। ତେବେ, ଏହା ଭାରତକୁ ପ୍ରଭାବିତ କରିପାରି ନାହିଁ। କାରଣ, ଭାରତ- ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଦେଶର ବେସାମରିକ ବିମାନ ଚଳାଚଳ ସେବା ଯେପରି ସାମାନ୍ୟତମ ଭାବେ ପ୍ରଭାବିତ କିମ୍ବା ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସର୍ବାଧିକ ଗୁରୁତ୍ୱ ଆରୋପ କରିଛି ଭାରତୀୟ ବାୟୁସେନା।
#WATCH BS Dhanoa, Indian Air Chief Marshal says,"On Balakot let me tell you, Pakistan didn't come into our airspace. Our objective was to strike terror camps & their's was to target our army bases. We achieved our military objective. None of them crossed the Line of Control." pic.twitter.com/l5pt3xFcqa
— ANI (@ANI) June 24, 2019
ଭାରତୀୟ ବାୟୁସେନା ଗୋଟିଏ ଲକ୍ଷ୍ୟ ନେଇ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରିଥିଲା। ଲକ୍ଷ୍ୟ ଥିଲା ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଆଡ୍ଡାକୁ ଧ୍ୱଂସ କରିବା ଆଉ ଏଥିରେ ସଫଳତା ମଧ୍ୟ ମିଳିଲା। କିନ୍ତୁ, ଏହି ଘଟଣା ପରେ ପାକିସ୍ତାନୀ ବାୟୁସେନା ଅନ୍ୟ ଉଦ୍ଦେଶ୍ୟ ରଖି ଭାରତୀୟ ବାୟୁ ସୀମା ମଧ୍ୟକୁ ଏକାଧିକ ଥର ପ୍ରବେଶ ପାଇଁ ଉଦ୍ୟମ କରିଥିବା ବେଳେ ତାର ସବୁ ଉଦ୍ୟମକୁ ଭାରତୀୟ ବାୟୁସେନା ପଣ୍ଡ କରି ଦେଇଥିବା କହିଛନ୍ତି ଭାରତୀୟ ବାୟୁସେନାର ଏୟାର ଚିଫ୍ ମାର୍ଶଲ ବୀରେନ୍ଦ୍ର ସିଂହ ଧନୋଆ।