କାର୍ ଆରୋହୀ ଦୁର୍ବୃତ୍ତର ଗୁଳି ଚୋଟରେ ପାକିସ୍ତାନୀ ନିଉଜ୍ ଆଙ୍କର୍ ଓ ତାଙ୍କ ବନ୍ଧୁ ନିହତ
କରାଚି: ବ୍ୟକ୍ତିଗତ ବିବାଦ କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନର ଗୋଟାଏ ନିଉଜ୍ ଚାନେଲ୍ରେ କାମ କରୁଥିବା ଜଣେ ସମ୍ବାଦିକଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ବୋଲ୍ ନିଉଜ୍’ରେ କାମ କରୁଥିବା ମୁରୀଦ ଅବ୍ଦାସ୍ ନାମକ ସେ ସାମ୍ବାଦିକଙ୍କୁ ଖାୟାବାନ୍-ଏ-ବୁଖାରି ଅଞ୍ଚଳରେ ଥିବା ଏକ କାଫେ ବାହାରେ ହତ୍ୟା କରାଯାଇଛି।
ଆତତାୟୀର ନାମ ଅତିଫ୍ ଜମାନ୍ ବୋଲି ପୁଲିସ କହିଛି। ଗୋଟାଏ ଧଳା ରଙ୍ଗର କାର୍ରେ ଥାଇ ସେ ସାମ୍ବାଦିକଙ୍କ ଉପରକୁ ଗୁଳି ଚଳାଇ ଥିଲା।
ଅବ୍ଦାସଙ୍କର ଜଣକ ସହ ଅର୍ଥନୈତିକ ବିବାଦ ଥିବା କଥା ତାଙ୍କର ଜଣେ ବନ୍ଧୁ କହିଛନ୍ତି ବୋଲି ସାଉଥ୍ ଡିଆଇଜି ଶାର୍ଜିଲ୍ ଖାରଲ୍ କହିଛନ୍ତି।
ଜିନ୍ନା ପୋଷ୍ଟ୍ ଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍ ସିମିନ୍ ଜମାଲ କହିଛନ୍ତି; ଡାକ୍ତରଖାନାରେ ଅବ୍ଦାସଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ଛାତି ଓ ପେଟରେ ଗୁଡ଼ାଏ ଗୁଳି ବିଦ୍ଧ ହୋଇଥିଲା।
ଏଇ ଘଟଣାରେ ଗୁଳି ଚୋଟ ଖାଇ ଆହତ ହୋଇଥିବା ଅବ୍ଦାସଙ୍କ ବନ୍ଧୁ ଖିଜାର୍ ହୟାତ୍ଙ୍କୁ ଗୋଟାଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ର ଘଟିଲା।
ସନ୍ଦିଗ୍ଧ ଆତତାୟୀକୁ ନିରାପତ୍ତା ବଳ ଧରିଛି। ତାଙ୍କ ଘର ଚଢ଼ାଉ ହେବ ସମୟରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ସେ ନିଜେ ନିଜ ଛାତିରେ ଗୁଳି ମାରିଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା।