ବେକେ ପାଣି ଭିତରେ ପଶି ରିପୋର୍ଟିଂ କରୁଛନ୍ତି ରିପୋର୍ଟର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ:ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ନିଜ ଜୀବନକୁ ବାଜି ଲଗାଇ ଓଡିଶାର କିଛି ଟିଭି ଚ୍ୟାନେଲର ସମ୍ବାଦଦାତାଙ୍କ ସାହସିକତା ସହ ବାତ୍ୟାର ମୁକାବିଲା କରି ସମ୍ବାଦ ପରିବେଷଣ କରିବା ଘଟଣା ସୋସିଆଲ୍ ମିଡିଆରେ ଖୁବ୍ ଆଦୃତ ହୋଇଥିଲା । ଲୋକମାନେ ଏହି ସାହସୀ ରିପୋର୍ଟରମାନଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ । ଏବେ ଏଭଳି ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଘଟଣାଟି ହେଉଛି ପଡୋଶୀ ଦେଶ ପାକିସ୍ତାନର । ପାକିସ୍ତାନର ଜଣେ ସମ୍ବାଦଦାତା ବନ୍ୟା ପାଣିରେ ବୁଡି ରିପୋର୍ଟିଂ କରିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ରିପୋର୍ଟର ଜଣକ ବନ୍ୟା ପାଣିରେ ବୁଡି ରିପୋର୍ଟିଂ କରିବାର ଦେଖାଯାଉଛି । ବେକେ ପାଣି ଭିତରେ ପଶି ରିପୋର୍ଟିଂ କରିବାକୁ ନେଇ କିଛି ଲୋକ ତାଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି କାମ ପ୍ରତି ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି । ଅନେକ ୟୁଜର୍ ଏହାକୁ ମଜାଦାର ଭିଡିଓ ବୋଲି କହି ଟ୍ରୋଲ୍ କରୁଛନ୍ତି । ରିପୋର୍ଟର ନିଜ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରିବାକୁ ନେଇ କିଛି ଲୋକ କ୍ରୋଧ ମଧ୍ୟ ଜାହିର କରିଛନ୍ତିି ।

photo-the indian express

ପାକିସ୍ତାନର ଏହି ରିପୋର୍ଟର ଜି-ଟିଭି ସହ ଜଡିତ ଥିଲେ । ତାଙ୍କୁ ଚ୍ୟାନେଲରେ ବି ପାଣି ମଝିରେ ଠିଆ ହୋଇ ରିପୋର୍ଟିଂ କରିବା ଦେଖାଯାଉଛି । ରିପୋର୍ଟର ପାକିସ୍ତାନର ପଞ୍ଜାବ କ୍ଷେତ୍ରରେ ସିନ୍ଧନଦୀର ଜଳସ୍ତର ବଢିବା ନେଇ ସମ୍ବାଦ ପରିବେଷଣ କରୁଥିଲେ । ଏଠାରେ ଲୋକଙ୍କ ଜମିରେ ବନ୍ୟାପାଣି ପଶିଥିବା ନେଇ ରିପୋର୍ଟର ଖବର ପରିବେଷଣ କରୁଥିଲେ ।  ଏହି ସାହସୀ ରିପୋର୍ଟରଙ୍କ ନାଁ ଅଜଦର୍ ହୁସେନ୍ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର