ପାକିସ୍ତାନ ସମୁଦ୍ରରେ ୩୪ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କରାଚି: ପାକିସ୍ତାନ ସୀମାବର୍ତ୍ତୀ ସମୁଦ୍ରରେ ପ୍ରବେଶ କରିଥିବାରୁ ପାକିସ୍ତାନ ମେରିଟାଇମ୍‌ ସିକ୍ୟୁରିଟି ଏଜେନ୍ସି ୩୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ପାକ୍‌ ସାମୁଦ୍ରିକ ନିରାପତ୍ତାର ଜଣେ ମୁଖପାତ୍ର କହିଛନ୍ତି, ମଙ୍ଗଳବାର ଦିନ ଗିରଫଦାରି ହୋଇଛି ଏବଂ ୬ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସ୍ଥାନୀୟ ବନ୍ଦର ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କୁ ପାକ୍‌ ଅଦାଲତରେ ଆଗରେ ହାଜର କରାଯିବ। ଜାନୁଆରି ପ‌େର ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯିବା ଏହା ପ୍ରଥମ ଘଟଣା। ଜାନୁଆରିରେ ପାଞ୍ଚଜଣ ଗୁଜରାଟୀ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ସୁଚନା ଥାଉକି, ଗତ ମାସରେ ପାକିସ୍ତାନ ସରକାର ତିନିଟି ପର୍ଯ୍ୟାୟରେ କରାଚିର ଲାନ୍ଧି ଏବଂ ମାଲିର୍‌ କାରାଗାରରୁ ୨୫୦ରୁ ଅଧିକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର