ନ୍ୟୁୟର୍କ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ପୁଣିଥରେ ଜାତିସଂଘରେ ବଡ଼ ଝଟ୍୍କା ମିଳିଛି । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଏହା ବିରୋଧରେ ଭାରତ, ଆମେରିକା ଏବଂ ଆଫଗାନିସ୍ତାନ ମିଳିତ ଯୁକ୍ତି କରିବା ପରେ ପାକିସ୍ତାନ ଏକଘରିଆ ହୋଇଯାଇଛି । ପାକିସ୍ତାନ ଅନେକ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ‘ଭଲ ମଣିଷ’ ବୋଲି କହୁଥିବାରୁ ଭଲ ଓ ମନ୍ଦ ଆତଙ୍କବାଦ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ସ୍ପଷ୍ଟ କରିବା ପାଇଁ ଆଜି ଭାରତ ପକ୍ଷରୁ କୁହାଯାଇଛି । ଏହା ସହିତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ମାନସିକତାରେ ପରିବର୍ତ୍ତନ ହେବା ନିତାନ୍ତ ଆବଶ୍ୟକ ବୋଲି ଆମେରିକା କହିଛି। ଜାତିସଂଘ ସୁରକ୍ଷା ପରିଷଦରେ ଭାରତୀୟ ରାଷ୍ଟ୍ରଦୂତ ସୟଦ୍ ଅକ୍ବରୁଦ୍ଦିନ୍ ଆଫଗାନିସ୍ତାନ ପ୍ରସଙ୍ଗରେ କହିଛନ୍ତି ଯେ, ଆଫଗାନିସ୍ତାନରେ ବୃଦ୍ଧି ପାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ପାକିସ୍ତାନ ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଆତଙ୍କବାଦୀଙ୍କୁ ପାକିସ୍ତାନ ସୁରକ୍ଷା ଦେଉଥିବାରୁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି। ବୈଠକରେ ପାକିସ୍ତାନ ପ୍ରତିନିଧି ମାଲିଲା ଲୋଧୀ କୁଳଭୂଷଣଙ୍କ ପ୍ରସଙ୍ଗ ମଧ୍ୟ ଉଠାଇ ଏହାକୁ ଆତଙ୍କବାଦ ବିରୋଧରେ ପଦକ୍ଷେପ ବୋଲି କହିଛନ୍ତି। ତେବେ ଭାରତ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଥିଲା ଏବଂ ଇରାନ୍ରେ ବ୍ୟବସାୟ କରୁଥିବା କୁଳଭୂଷଣଙ୍କୁ ପାକିସ୍ତାନ ଆଇଏସ୍୍ଆଇ କିଭଳି ଅପହରଣ କରିଥିଲା ସେ ସଂପର୍କରେ ଭାରତୀୟ ରାଷ୍ଟ୍ରଦୂତ ଅବଗତ କରାଇଥିଲେ।
ଜାତିସଂଘରେ ପାକିସ୍ତାନ ଅପଦସ୍ତ
ଆତଙ୍କବାଦ ପ୍ରସଙ୍ଗ
/sambad/media/post_attachments/wp-content/uploads/2018/01/UN-Security-Council.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)