ନିୟନ୍ତ୍ରଣ ରେଖା ନିକଟରେ ୧୫ଟି ଏଫଏମ ରେଡିଓ ଷ୍ଟେସନ ଖୋଲି ଭାରତ ବିରୋଧରେ ପ୍ରଚାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ପାକିସ୍ତାନ ଉପରେ ଏବେ ସାରା ବିଶ୍ୱରୁ ପ୍ରବଳ ଚାପ ପଡୁଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିଶ୍ୱସମୁଦାୟକୁ ଦେଖାଇବା ପାଇଁ ନିଜର କେତେକ ଆତଙ୍କବାଦୀ କ୍ୟାମ୍ପରେ ତାଲା ପକାଇଛି । କିନ୍ତୁ ପାକିସ୍ତାନ ଯେ ନିଜ ଭାରତ ବିରୋଧୀ ଆଭିମୁଖ୍ୟ ବଦଳାଇଲା ତାହା ଭାବିବା ଭୁଲ । ବିଭିନ୍ନ ଉପାୟରେ ଭାରତକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ । ଗୋଟିଏ ପଟେ ନକଲି ନୋଟ ପଠାଇ ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛି, ଅନ୍ୟପଟେ ଆତଙ୍କବାଦୀଙ୍କୁ ଭାରତ ପଠାଇ ହିଂସାକାଣ୍ଡ ସୃଷ୍ଟି କରୁଛି ।

ଏବେ ପାକିସ୍ତାନର ଆଉ ଏକ କାରନାମା ଧରାପଡିଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପ୍ରାୟ ୧୫ଟି ଏଫଏମ ରେଡିଓ ଷ୍ଟେସନ ଖୋଲି ଭାରତ ବିରୋଧୀ ପ୍ରଚାର କରୁଛି । ଏହା ସହିତ ସ୍ଥାନୀୟ ଲୋକମାନଙ୍କୁ ଭାରତ ବିରୋଧରେ ଉସୁକାଉଛି । ଏସବୁ ଷ୍ଟେସନ ଗୁଡ଼ିକ କୋଟଲି, ମୀରପୁର, ମୁଜାଫରାବାଦ ଆଦି ସ୍ଥାନରେ ଅବସ୍ଥିତ । ଏପରି କେତେକ ରେଡିଓ ଷ୍ଟେସନକୁ କେତେକ ଆତଙ୍କବାଦୀ ସଂଗଠନ ମଧ୍ୟ ଚଳାଉଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ।

ସମ୍ବନ୍ଧିତ ଖବର