ନୂଆଦିଲ୍ଲୀ: ମହାମାରୀ ପରେ ଦକ୍ଷିଣ ଏସୀୟ ଦେଶ ଏବଂ ଭାରତ ମହାସାଗର ଦ୍ୱୀପ ଦେଶମାନଙ୍କ ମଧ୍ୟରେ ସହଯୋଗ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଡାକ୍ତର ଓ ନର୍ସମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଭିସା ଯୋଜନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଫଳରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତିରେ ସେମାନେ ଏହି ଦେଶମାନଙ୍କୁ ଅବାଧରେ ତୁରନ୍ତ ଯାତ୍ରା କରିପାରିବେ। ସେହିଭଳି ‘ମେଡିକାଲ୍‌ କଣ୍ଟିଜେନ୍‌ସି’ ଆଞ୍ଚଳିକ ଏୟାର୍‌ ଆମ୍ବୁଲାନ୍ସ୍‌ ନିମନ୍ତେ ରାଜିନାମା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଛନ୍ତି।

Advertisment

ଗୁରୁବାର ଦିନ ଭାରତ ମହାସାଗରୀୟ ଦ୍ୱୀପଦେଶ ସମେତ ମରିସସ୍‌ ଏବଂ ସିସେଲ୍‌ଜ୍‌ ଭାରତର ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରମାନଙ୍କର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନେଇ କୋଭିଡ୍‌-୧୯ ଭର୍ଚ୍ୟୁଆଲ୍‌ କର୍ମଶାଳାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏକଥା କହିଛନ୍ତି।

ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ପାକିସ୍ତାନ ସମେତ ସମସ୍ତ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏହି ପ୍ରସ୍ତାବର ଆଞ୍ଚଳିକ ସହଯୋଗକୁ ଆଗେଇ ନେବା ନିମନ୍ତେ ସେମାନେ ଏକ ଗଠନମୂଳକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିଭଳି ମହାମାରୀକୁ ମୁକାବିଲା କରିବା ଲାଗି ଆଞ୍ଚଳିକସ୍ତରରେ ଏ ଭଳି ସହଯୋଗ ଆବଶ୍ୟକ ବୋଲି ସମସ୍ତ ଅଂଶଗ୍ରହଣକାରୀ ରାଜି ହୋଇଛନ୍ତି। ଏଥିରେ ପାକିସ୍ତାନର ପ୍ରତିନିଧିତ୍ୱ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ଫୈସାଲ୍‌ ସୁଲ୍‌ତାନ୍‌।

publive-image Image Courtesy of The Indian Express

ତୃତୀୟ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଏ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ କୋଭିଡ୍‌-୧୯ ଟିକାଗୁଡ଼ିକର ଫଳପ୍ରଦତା ସଂକ୍ରାନ୍ତ ତଥ୍ୟାବଳି ଅଧ୍ୟୟନ ଏବଂ ସଙ୍କଳନ କରିବାକୁ ଏକ ଆଞ୍ଚଳିକ ପ୍ଲାଟଫର୍ମ ଗଠନ ହେଉ।

ଚତୁର୍ଥରେ ପ୍ରଧାନମନ୍ତ୍ରୀ କହିଲେ, ଭବିଷ୍ୟତରେ କୌଣସି ପ୍ରକାର ମହାମାରୀ ପ୍ରତିରୋଧ କରିବା ଲାଗି ପ୍ରଯୁକ୍ତିବିଦ୍ୟା ଚାଳିତ ‘ଏପିଡେମିଓଲୋଜି’ର ପ୍ରସାର ପାଇଁ ଏକ ଆଞ୍ଚଳିକ ନେଟ୍‌ଓ୍ଵାର୍କ ପ୍ରସ୍ତୁତି କରଯାଉ।

ପଞ୍ଚମ ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, କୋଭିଡ୍‌-୧୯ ଛଡ଼ା ଭାରତ ତା’ର ଜନସ୍ୱାସ୍ଥ୍ୟ ନୀତି ଏବଂ ଯୋଜନା ସବୁ ‘ଆୟୁଷ୍ମାନ୍‌ ଭାରତ ଓ ଜନ ଆରୋଗ୍ୟ ଯୋଜନା) ମଧ୍ୟ ସେୟାର୍‌ କରିବାକୁ ଚାହୁଁଛି। ଏହାଦ୍ୱାରା, ଦକ୍ଷିଣ ଏସୀୟ ରାଷ୍ଟ୍ରମାନେ ସ୍ୱାସ୍ଥ୍ୟ ଯୋଜନା କରିବାରେ ଉପକୃତ ହୋଇପାରିବେ।