ଭାଙ୍ଗିଗଲା ମୁହଁଟାଣ ! ଭାରତରୁ ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନର ଅନୁମତି

ଇସ୍ଲାମାବାଦ : ଭାରତରୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଆମଦାନୀ ଲାଗି ପାକିସ୍ତାନ ସରକାର ଅନୁମତି ଦେଇଛନ୍ତି । ଏ ନେଇ ପାକିସ୍ତାନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ବୋଲି ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭିରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କ ଖରାପ ହୋଇଯାଇଥିଲା । ଭାରତର ନିଷ୍ପତ୍ତି ପ୍ରତିବାଦରେ ପାକିସ୍ତାନ କୂଟନୈତିକ ସଂପର୍କ ହ୍ରାସ କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ବନ୍ଦ କରିଦେଇଥିଲା । କିନ୍ତୁ ଏହା ଦ୍ୱାରା ଭାରତ ଉପରେ ସେଭଳି କୌଣସି ପ୍ରଭାବ ପଡିନଥିଲେ ମଧ୍ୟ ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜୀବନରକ୍ଷାକାରୀ ଔଷଧର ଦାମ ବେଶ ମହଙ୍ଗା ହୋଇଯାଇଥିଲା । ଏହାର ବିରୋଧରେ ପାକିସ୍ତାନର ସାଧାରଣ ଲୋକେ ପ୍ରବଳ ବିରୋଧ କରିଥିଲେ । ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ଶେଷରେ ପାକିସ୍ତାନ ସରକାର ଔଷଧ ଆମଦାନୀ ଲାଗି ଅନୁମତି ଦେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର