ପାଇଲଟ୍‌ ଅଭିନନ୍ଦନ ଖସାଇ ଦେଇଥିବା ଏଫ୍‌-୧୬ ବିମାନର ପାଇଲଟ୍‌ଙ୍କ ପରିଚୟ ଜାଣିଥିବା କଥା ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ମଙ୍ଗଳବାର ଏକ ଆଲୋଚନାଚକ୍ରରେ ଯୋଗ ଦେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପାକିସ୍ତାନ ପାଇଲଟ୍‌ଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ପାଇଲଟ୍‌ ଅଭିନନ୍ଦନ ମିଗ୍‌-୨୧ଲଢ଼ୁଆ ବିମାନ ସାହାଯ୍ୟରେ ପାକିସ୍ତାନର ଏଫ୍‌-୧୬ ବିମାନକୁ ତଳକୁ ଖସାଇ ଦେଇଥିଲେ । ଏହି ଘଟଣାକୁ ନେଇ ଆଜ୍‌ ତକ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ସୁରକ୍ଷା ସଭାରେ ନିର୍ମଳା ସୀତାରମଣକୁ ପ୍ରଶ୍ନ କରାଯାଇଥିଲା । ଭାରତୀୟ ସେନା ଏଫ୍‌-୧୬ ବିମାନକୁ ଚଳାଉଥିବା ପାଇଲଟ୍‌ଙ୍କ ପରିଚୟ ଜାଣିଛନ୍ତି କି ନାହିଁ ବୋଲି ନିର୍ମଳା ସୀତାରମଣକୁ ପ୍ରଶ୍ନ କରାଯିବା ପରେ, ସବିଶେଷ ବିବରଣୀ ନ ଦେଇ ‘ହଁ, ଆମେ ଜାଣିଛୁ’ ବୋଲି ସେ କହିଥିଲେ ।

Business Today

ସୂଚନା ମୁତାବକ, ପାକିସ୍ତାନର ଏଫ୍‌-୧୬ ବିମାନ ଭାରତକୁ ଆକ୍ରମଣ କରିବା ପାଇଁ ଆସୁଥିବା ବେଳେ ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ମିଗ୍‌-୨୧ଲଢ଼ୁଆ ବିମାନ ଧରି ତାହାର ସାମ୍ନା କରିଥିଲେ । କିଛି ସମୟ ଲଢ଼ିବା ପରେ ଏଫ୍‌-୧୬ ଲଢ଼ୁଆ ବିମାନକୁ ତଳକୁ ଖସାଇ ଦେବା ସହ ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କ ମିଗ୍‌-୨୧ଲଢ଼ୁଆ ବିମାନ ମଧ୍ୟ ଜଳି ଯାଇଥିଲା । ଯାହାଦ୍ୱାରା ପାଇଲଟ୍‌ ଅଭିନନ୍ଦନ ବର୍ତମାନ ପାକ୍‌ ସୀମାକୁ ଖସି ପଡ଼ିଥିଲେ । ଏହି ଘଟଣା ପରେ ଏଫ୍‌-୧୬ ଲଢ଼ୁଆ ବିମାନ ଚଳାଉଥିବା ପାକ୍‌ ପାଇଲଟ୍‌ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ ମଧ୍ୟ ପାକିସ୍ତାନବାସୀ ଭାରତୀୟ ପାଇଲଟ୍‌ ଭାବି ମାଡ଼ ମାରି ହତ୍ୟା କରି ଦେଇଥିଲେ ।

ସମ୍ବନ୍ଧିତ ଖବର