ମଝି ଆକାଶରେ ନଜର ଆସିଲା ଏଲିଏନ ! ଭାଇରାଲ ହେଲା ସେ ସମୟର ଭିଡିଓ

ନୂଆଦିଲ୍ଲୀ: ମଝି ଆକାଶରେ ନଜର ଆସିଲା ଏଲିଏନ୍ !  ଉଡ଼ାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ବିମାନକୁ ଆଗେଇ ନେଇ ଚାଲିଥିଲେ ପାଇଲଟ। ହଠାତ ବିମାନ ଆଗରେ ଚମକୁ ଥିବା ସେହି ଅଜଣା ଜିନିଷ ଉପରେ ପାଇଲଟଙ୍କ ନଜର ପଡ଼ିଥିଲା। ପାଇଲଟ ଏହା କ’ଣ ବୋଲି ଜାଣିବାକୁ ଚାହିଁଥିଲେ ମଧ୍ୟ ଜାଣି ପାରି ନଥିଲେ। ହେଲେ ସେ ସମୟର ଭିଡ଼ିଓ ରେକର୍ଡ କରିନେଇଥିଲେ। ଏବେ ସେ ରେକର୍ଡ କରିଥିବା ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଜିଓ ନିଉଜ ଚ୍ୟାନେଲ ଏହି ଖବର ପ୍ରସାରଣ କରିିବା ପରେ ସୋସିଆଲ ମିଡିଆରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

କିଏ ଏଲିଏନ ବୋଲି କହୁଛି ତ କିଏ ଏହାକୁ ରାଫେଲ ବୋଲି କହୁଛି। କରାଚୀରୁ ଲାହୋର ଯାଉଥିବା ବିମାନର ପାଇଲଟ ପାକିସ୍ତାନର ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ନିକଟରେ ଏହି ଚମକୁଥିବା ଜିନିଷ ଦେଖିଥିଲେ। ତେବେ ଏହା ଏଲିଏନ ନା ୟୁଏଫଓ ତାହା ଜାଣିପାରି ନଥିଲେ। ଗତକାଲି ଭାରତକୁ ଫ୍ରାନ୍ସରୁ ୩ଟି ରାଫେଲ ବିମାନ ଆସିଥିବା ବେଳେ ‌ପାଇଲଟଜ ଣକ ରାଫେଲ ଦେଖିଥିବେ ବୋଲି ସୋସଆଲ ମିଡିଆରେ କିଛି ଲୋକ ମତ ରଖିଛନ୍ତି। ଏହି ଖବରକୁ ନେଇ ଟୁଇଟର ବ୍ୟବହାରକାରୀ ପାକିସ୍ତାନଙ୍କୁ ସମାଲୋଚନା କରି ଅନେକ ମିମ୍ ମଧ୍ୟ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର