ଦୁର୍ଘଟଣାଗ୍ରସ୍ତ ପାକ ବିମାନରେ ମୃତ୍ୟୁ କବଳରୁ ବର୍ତ୍ତିଥିବା ଜୁବେର ବଖାଣିଲେ ଛାତିଥରା ଅନୁଭୂତି; ବିମାନ ତଳକୁ ଖସୁଥିବା ବେଳେ ଏମିତି ଥିଲା ଭିତରର ଅବସ୍ଥା…

କରାଚି: ଗତକାଲି ପାକିସ୍ତାନର କରାଚିସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଅବ୍ୟବହିତ ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ଯେପରି ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତାକୁ କେନ୍ଦ୍ର କରି ବିଶ୍ୱବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ୯୭ଜଣ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇସାରିଥିବା ବେଳେ ୨ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି | ୨ଜଣଙ୍କ ମଧ୍ୟରୁ ପେସାରେ ଇଂଜିନିୟର ଥିବା ମହମ୍ମଦ ଜୁବେର ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବର ଘଟଣାକୁ ମନେ ପକାଇ କାନ୍ଦି ଉଠିଥିବା ଜଣାପଡିଛି | ମୃତ୍ୟୁକୁ ସାମ୍ନାରେ ଦେଖି ବିମାନରେ ବସିଥିବା ଲୋକ କେଉଁଭଳି ଭାବରେ ଆର୍ତ୍ତ ଚିତ୍କାର କରୁଥିଲେ ସେ ବିଷୟରେ ବଖାଣିଛନ୍ତି ଜୁବେର |

ତାଙ୍କ କହିବା ମୁତାବକ, ପାଇଲଟ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ୨ଥର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ | ପ୍ରଥମ ଥର ଅବତରଣ କରିବା ପାଇଁ ପାଇଲଟ ଚେଷ୍ଟା କରିଥିବା ବେଳେ କିଛି ସେକେଣ୍ଡ ପାଇଁ ବିମାନଟି ରନୱେକୁ ଛୁଇଁ ପୁଣି ଉଡ଼ାଣ ଭରିଥିଲା | ୧୦ମିନିଟ ପର୍ଯ୍ୟନ୍ତ ଆକାଶ ମାର୍ଗରେ ଉଡିବା ପରେ ପାଇଲଟ ଅବତରଣ କରାଇବାର ଦ୍ଵିତୀୟ ଚେଷ୍ଟା କରିବାକୁ ଯାଉଥିବା ନେଇ ଘୋଷଣା କରିଥିଲେ | ଏହା ଶୁଣିବା ପରେ ବିମାନ ମଧ୍ୟରେ ଲୋକ ଭୟରେ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ | ସମସ୍ତେ ଭଗବାନଙ୍କ ଆଗରେ ନିଜ ନିଜର ଜୀବନ ଭିକ୍ଷା କରିବା ଆରମ୍ଭ କରିଥିଲେ ମଧ୍ୟ କେଇ ମିନିଟ ମଧ୍ୟରେ ସବୁ ଶେଷ ହୋଇଯାଇଥିଲା | ଅବତରଣ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହ ଚାରିଆଡେ ଧୂଆଁମୟ ହୋଇଯାଇଥିଲା |

PAK प्लेन क्रैश में 97 मरे, आग के गोले से कैसे जिंदा निकला ये शख्स
aajtak

ଜୁବେରଙ୍କ ଅନୁଯାୟୀ, ଦୁର୍ଘଟଣା ପରେ ମୁଁ କିଛି ଦେଖିବାକୁ ସକ୍ଷମ ନଥିଲି | ମୋତେ ଖାଲି ଲୋକଙ୍କ ଚିତ୍କାର ଶୁଭୁଥିଲା | ଏହା ପରେ ଘନ ଅନ୍ଧାର ମଧ୍ୟରେ ମୋତେ କିଛି ଆଲୋକ ନଜର ଆସିବାରୁ ମୁଁ ମୋର ସିଟ ବେଲ୍ଟ ଖୋଲି ପଡୁଥିବା ଆଲୋକ ଆଡକୁ ବଢିଥିଲି | ବାହାରକୁ ଆସିବା ପରେ ମୁଁ ୧୦ଫୁଟ ତଳକୁ ଡେଇଁ ମୋ ଜୀବନ ବଞ୍ଚାଇଥିଲି | ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିମାନଟି ପ୍ରଥମେ ଏକ ମୋବାଇଲ ଟାୱାରରେ ମାଡ଼ ହୋଇ ବିଭିନ୍ନ ଘରେ ଘଷି ହେବା ପରେ ଫାଟି ତଳକୁ ଖସି ପଡିଥିଲା |

ସମ୍ବନ୍ଧିତ ଖବର