ଭାରତକୁ ବଦନାମ କରିବାକୁ ପାକ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବରରେ କରାଚୀ ସ୍ଥିତ ଚୀନ୍‌ର ବାଣିଜ୍ୟିକ ଦୂତାବାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଆଜି ଭାରତକୁ ଦାୟୀ କରିଛି। କରାଚୀ ପୁଲିସ ମୁଖ୍ୟ ଏହି ଆକ୍ରମଣ ପାଇଁ ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା ‘ର’କୁ ଦାୟୀ କରିଛନ୍ତି। ‘ର’ ବେଲୁଚିସ୍ତାନ ବିଦ୍ରୋହୀଙ୍କ ଦ୍ବାରା ଏହି କାଣ୍ଡ ଘଟାଇଛି ବୋଲି ପୁଲିସ ମୁଖ୍ୟ ଅମୀର୍‌ ଶେଖ୍‌ ବୟାନ ଦେଇ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ପାକିସ୍ତାନର ଏଭଳି ହୀନ ଉଦ୍ୟମକୁ ଆଜି ଭାରତ ଦୃଢ଼ ବିରୋଧ କରିବା ସହ ପାକିସ୍ତାନ ନିଜର କୁକର୍ମ ଏବଂ ଏହାଦ୍ବାରା ପ୍ରତିପାଳିତ ଆତଙ୍କବାଦୀଙ୍କ ସଂପର୍କରେ ପ୍ରଥମେ ଚିନ୍ତା କରିବା ଆବଶ୍ୟକ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଭାରତକୁ ବଦନାମ କରିବାକୁ ପାକିସ୍ତାନର କୌଣସି ଚାଲ୍‌ କାମ ଦେବନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର