ପଙ୍ଗପାଳଙ୍କୁ କୁକୁଡ଼ା ଖାଦ୍ୟ ଭାବେ ବିକିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିଷ୍ପତ୍ତି: କିଲୋ ପ୍ରତି ମୂଲ୍ୟ ୧୫ ଟଙ୍କା

ଇସ୍‌ଲାମାବାଦ: ପାକିସ୍ତାନରେ ବୃଦ୍ଧି ପାଉଥିବା ପଙ୍ଗପାଳମାନଙ୍କୁ କୁକୁଡ଼ାମାନଙ୍କ ଆହାର କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପଙ୍ଗପାଳମାନଙ୍କୁ ପାକିସ୍ତାନ ସରକାର ଲୋକମାନଙ୍କୁ ଅର୍ଥ ଯୋଗାଇବେ। ଲୋକ‌େ ପଙ୍ଗପାଳମାନଙ୍କୁ ଧରି ନେଇ କୁକୁଡ଼ା ଚାଷୀମାନଙ୍କୁ କୁକୁଡ଼ା ଖାଦ୍ୟ ଭାବେ ବିକ୍ରୟ କରିବେ। ସଙ୍ଘୀୟ କ୍ୟାବିନେଟ୍‌ରେ ଅଧ୍ୟକ୍ଷତା କରିବା ବେଳେ ଉପସ୍ଥାପନ କରାଯାଇଥିବା ଏହି ପଙ୍ଗପାଳ ଦମନ ଯୋଜନାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅନୁମୋଦନ କରିଛନ୍ତି।

କ୍ୟାବିନେଟ୍‌ ବୈଠକର ଅଂଶଗ୍ରହଣକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି। ପ୍ରଦେଶମାନଙ୍କ ସହମତିକ୍ରମେ ଏହି ଉପାୟ ସମଗ୍ର ଦେଶରେ ଚାଲୁ କରାଯିବା ଉଚିତ‌ ବ‌ୋଲି ସେ କହିଛନ୍ତି।

Image Courtesy of International Business Times

ସଂଘୀୟ ସୂଚନା ମନ୍ତ୍ରୀ ଶିବଲି ଫରଜ କହିଛନ୍ତି ଯେ, ବାସ୍ତବିକ, ପ୍ରଧାନମନ୍ତ୍ରୀ ସଙ୍କଟକୁ ସୁଯୋଗରେ ରୂପାନ୍ତରଣ କରିବାକୁ ଚାହୁଁଥିବାରୁ ପଙ୍ଗପାଳ ଧରି ବିକ୍ରୟ କରିବା ଯୋଜନାକୁ ମଞ୍ଜର କରିଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ କି, ସମ୍ପ୍ରତି ଓକରାରେ ଲୋକେ ପଙ୍ଗପାଳଗୁଡ଼ିକୁ ଧରି କିଲୋପିଛା ୧୫ ଟଙ୍କାରେ ବିକ୍ରୟ କରୁଛନ୍ତି। ସ୍ଥାନୀୟ ଲୋକମାନେ ପଙ୍ଗପାଳ ଧରିବାକୁ ସାରା ରାତି କାର୍ଯ୍ୟରେ ଲାଗିଛନ୍ତି। ସେଠାକାର ଗୋଟିଏ ଚାଷୀ ପରିବାର ପଙ୍ଗପାଳ ଧରି ଥରକରେ ୧୬୦୦ ଟଙ୍କା ଉପାର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର