ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଭଣଜା ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପୂର୍ବତନ ପତ୍ନୀ ରେହମ୍ ଖାନଙ୍କ କାର ଉପରେ ଆକ୍ରମଣ ହୋଇଛି। ରେହମ୍ ଖାନ୍ ସୋମବାର ଏହି ଆକ୍ରମଣ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି,ମୁଁ ରବିବାର ବିଳମ୍ବିତ ରାତ୍ରିରେ ଭଣଜାର ବାହାଘର ପରେ ଘରକୁ ଫେରୁଥିଲି, ଏହି ସମୟରେ ମଟରସାଇକେଲରେ ଆସିଥିବା ଦୁଇଜଣ ଲୋକ ମୋ କାର୍ ଉପରେ ଗୁଳି ଚଳାଇଲେ ଏବଂ ଗୁଳି ଦେଖାଇ ମୋ କାରକୁ ଅଟକାଇଲେ । ମୁଁ ବହୁକଷ୍ଟରେ ଅନ୍ୟ ଗାଡିରେ ଘରକୁ ଫେରିବାକୁ ସମର୍ଥ ହେଲି । ମୋ ଗାଡିରେ ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ ରହିଗଲେ ।

Advertisment

publive-image

ରେହମ୍ କହିଛନ୍ତି ଏହା କି ପ୍ରକାର ନୂଆ ପାକିସ୍ତାନ, ଏହା ଡରୁଆ ଓ ଠକ ଲୋକଙ୍କ ପାକିସ୍ତାନ ଅଟେ । ମୋର ଷ୍ଟାଫ୍ ପୁଲିସ ଷ୍ଟେସନରେ ଏତଲା ଦାଖଲ ପାଇଁ ଜଗି ରହିଛନ୍ତି । କିନ୍ତୁ ପୁଲିସ୍ ଏତଲା ଗ୍ରହଣ କରୁ ନାହିଁ । ଏହି ଘଟଣାରେ ରେହମ୍ ଖାନଙ୍କ ପ୍ରଶଂସକମାନେ ତାଙ୍କୁ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ରେହମ୍ ଖାନ୍ ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ତିନିଥର ବିବାହ କରିଛନ୍ତି । ଇମ୍ରାନଙ୍କ ପ୍ରଥମ ପତ୍ନୀଙ୍କ ନାମ ଜେମିମା ଗୋଲ୍ଡସ୍ମିଥ୍ ଖାନ୍, ଦ୍ଵିତୀୟ ପତ୍ନୀଙ୍କ ନାମ ରେହମ୍ ଖାନ୍ ଓ ତୃତୀୟ ପତ୍ନୀଙ୍କ ନାମ ବୁଶ୍ରା ମେନକା । ବୁଶ୍ରା ଏବେ ଇମ୍ରାନଙ୍କ ସହିତ ରହୁଛନ୍ତି ।