ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ପରେ ପୁନର୍ବାର ଭାରତରୁ ତୁଳା ଓ ଚିନି ଆମଦାନି କରିବାକୁ ନିଷ୍ପତ୍ତି ନେଇ ଇମ୍ରାନ୍ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ବିରୋଧୀଦଳ ଓ ସାମ୍ବାଦିକମାନଙ୍କର ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।
୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ତାହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ପାକିସ୍ତାନ ଭାରତ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ କରିଥିଲା।
Image Courtesy of Business Todayପାକିସ୍ତାନ ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ଉଦ୍ବେଗ ପ୍ରକାଶ କରିବାକୁ କେତେକ ବିରୋଧୀ ଦଳ ନେତା ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ପାକିସ୍ତାନ ମୁସ୍ଲିମ୍ ଲିଗ୍ (ଏନ୍) କହିଛି, ପାକିସ୍ତାନବାସୀ ଇମ୍ରାନ୍ ଖାଁଙ୍କ ବିଫଳ ଶାସନର ପ୍ରତିଫଳ ଭୋଗୁଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଦିନ ପାକିସ୍ତାନର ଅର୍ଥମନ୍ତ୍ରୀ ହମ୍ମାଦ୍ ଆଝାର ଘୋଷଣା କରିଥିଲେ ଯେ, ଭାରତରୁ ୦.୫ ନିୟୁତ ଟନ୍ ଧଳାଚିନି ଓ ତୁଳା ଆମଦାନି କରିବା ଲାଗି ‘ପାକିସ୍ତାନ ଇକୋନମିକ୍ କୋଅର୍ଡିନେସନ୍ କମିଟି’ ନିଷ୍ପତ୍ତି ନେଇଛି। ଏବର୍ଷ ଦେଶରେ (ପାକିସ୍ତାନ) ଭଲ ଫସଲ ହୋଇ ନ ଥିବାରୁ ଭାରତରୁ ଏ ସବୁ ଆମଦାନି କରିବାକୁ ସ୍ଥିର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Imran-Khan.jpg)