ସେନାମୁଖ୍ୟ ଜେନେରାଲ ବଜଓ୍ଵାଙ୍କ ସହ ନିୟନ୍ତ୍ରଣ ରେଖାର ସ୍ଥିତି ପରଖିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ନୂଆଦିଲ୍ଲୀ : ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଥିବା ବେଳେ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନିୟନ୍ତ୍ରଣ ରେଖା ବୁଲିି ଦେଖିଥିିଲେ । ଏହି ସମୟରେ ତାଙ୍କ ସହ ଥିଲେ ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବଜଓ୍ଵା, ପ୍ରତିରକ୍ଷା ମନ୍ତ୍ରୀ ପର୍‌ଭେଜ୍‌ ଖଟ୍ଟକ୍‌, ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କୁରେଶି ଏବଂ କଶ୍ମୀର ପାଇଁ ବିଶେଷ ସମିତି ଅଧ୍ୟକ୍ଷ ଥିବା ସୟଦ ଫଖର ଇମାମ୍‌ ।

ଶୁକ୍ରବାର ପାକ୍‌ର ପ୍ରତିରକ୍ଷା ଓ ସହିଦ୍‌ ଦିବସ ଥିବା ବେଳେ ସେହି ଅବସରରେ ଇମ୍ରାନ ଖାନ୍‌ ନିୟନ୍ତ୍ରଣ ରେଖାକୁ ବୁଲି ଯାଇଥିଲେ । ସେଠାକୁ ଯିବା ପରେ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନର ସ୍ଥିତି ବିଷୟରେ ତାଙ୍କୁ ପାକ୍‌ ସେନା ଜଣାଇଥିଲା । ଏହା ସହ ସେ ନିୟନ୍ତ୍ରଣ ରେଖାରେ ଥିବା ସେନା ଓ ସହିଦ୍‌ଙ୍କ ପରିବାର ଲୋକଙ୍କ ସହ ଇମ୍ରାନ୍‌ ଖାନ୍‌ କଥା ହୋଇଥିବା ଦେଖାଯାଇଥିଲା ।

Image result for pakistan-pm-imran-khan-inspects-loc-along-with-army-chief
Zee News

ସୂଚନା ମୁତାବକ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଭାରତ-ପାକ୍‌ ମଧ୍ୟରେ ଥିବା ସଂପର୍କ ଆହୁରି ତିକ୍ତ ହୋଇଥିଲା । ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି କିଛି ଦିନ ତଳେ ଇମ୍ରାନ୍‌ ଖାନ୍‌ କହିଥିଲେ କି, ଯଦି ଭାରତ ପାକ୍‌ ଅଧିକୃତ କଶ୍ମୀରରେ କୌଣସି କାର୍ଯ୍ୟନୁଷ୍ଠାନ ନେବ, ତେବେ ପାକ୍‌ର ସଶସ୍ତ୍ର ସେନା ଏହାର କଡ଼ା ଯବାବ ଦେବ । ନିଜର ଏଭଳି ବୟାନ ପରେ ସେ ନିୟନ୍ତ୍ରଣ ରେଖାକୁ ଯାଇ ସ୍ଥିତି ପରଖିବା ବିଷୟରେ ଚିନ୍ତା କରିଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର