ନୂଆଦିଲ୍ଲୀ: ଇସ୍ଲାମାବାଦ ଠାରେ ଇମ୍ରାନ୍ ଖାଁଙ୍କ ସରକାର ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରସାରଣ ସଂସ୍ଥାନ ପାକିସ୍ତାନ ଟିଭି ଏବଂ ରେଡିଓ ପାକିସ୍ତାନ ଉପରୁ ସେନ୍ସର୍ ଉଠାଇ ସେମାନଙ୍କୁ ପୂର୍ଣ୍ଣ ସମ୍ପାଦକୀୟ ସ୍ୱାଧୀନତା ପ୍ରଦାନ କରିଥିବା କଥା ଦେଶର ନୂତନ ସୂଚନା ମନ୍ତ୍ରୀ ଫାଓ୍ଵାଦା ଚୌଧୁରୀ ଟୁଇଟର୍ ଜରିଆରେ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍ ସକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ଚୌଧୁରୀ ଟୁଇଟ୍ କରିଛନ୍ତି: ଇମ୍ରାନ୍ ଖାଁଙ୍କ ପିଟିଆଇ ପାକିସ୍ତାନ ଟେଲିଭିଜନ୍ ଉପରୁ ସେନ୍ସର୍ ଉଠାଇ ଦେଇଥିବା ଦୃଷ୍ଟିରୁ ପିଟିଭି ଏବଂ ରେଡିଓ ପାକିସ୍ତାନକୁ ପୂର୍ଣ୍ଣ ସମ୍ପାଦକୀୟ ସ୍ୱାଧୀନତା ଦିଆଯାଇଛି ବୋଲି ନିର୍ଦେଶ ଜାରି କରାଯାଇଛି। ଆସନ୍ତା ତିନି ମାସ ମଧ୍ୟରେ ସୂଚନା ବିଭାଗରେ ଖୁବ୍ ପରିବର୍ତ୍ତନ ଆସିବ, ଇନ୍ସାଆହ୍ଲା।
ସୂଚନା ମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଟିଭି ଏବଂ ପାକିସ୍ତାନ ବ୍ରୋଡ୍କାଷ୍ଟିଙ୍ଗ୍ କର୍ପୋରେସନ୍କୁ ସରକାର ଆଉ ଘରୋଇ ସମ୍ପତ୍ତି ଭାବରେ ବ୍ୟବହାର କରିବେ ନାହିଁ। ଏଥର ସେମାନେ ପାକିସ୍ତାନର ସକାରାତ୍ମକ ଚିତ୍ର ପ୍ରସାର କରିବେ ବୋଲି ଚୌଧୁରୀ କହିଛନ୍ତି।
ପିଟିଭିକୁ ଏକ ସ୍ୱାଧୀନ ଚାନେଲ୍ କରିବ ବୋଲି ପୂର୍ବରୁ ପିଏମ୍ଏଲ୍(ଏନ୍) ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ, ପ୍ରତିଶ୍ରୁତି ରକ୍ଷା କରି ନ ଥିଲା।
ଲାହୋର ଠାରେ ଏକ ପାଇଲଟ୍ ଟେଲିଭିଜନ୍ ଷ୍ଟେସନ୍ରେ ୧୯୬୪ ମସିହାରେ ପିଟିଭି ଗଠିତ ହୋଇଥିଲା। ୧୯୬୭ରେ ତାହା ସଂପ୍ରସାରିତ ହୋଇ ରାଓ୍ଵଲ୍ପିଣ୍ଡି ସେଣ୍ଟର୍, ଏବଂ ୧୯୭୪ରେ ପେସ୍ଓ୍ଵାର୍ ଓ କ୍ୱେଟ୍ଟାକୁ ସଂପ୍ରସାରିତ ହୋଇଥିଲା।
ସମ୍ପ୍ରତି ପିଟିଭିର ଇସ୍ଲାମାବାଦ, ଲାହୋର, କରାଚି, ପେଶଓ୍ଵାର୍, କ୍ୱେଟ୍ଟା, ମୁଜାଫରାବାଦ ଏବଂ ମୁଲ୍ତାନ୍ରେ କେନ୍ଦ୍ରମାନ ଅଛି।