ନୂଆଦିଲ୍ଲୀ: ଗତ ଗୁରୁବାର ସକାଳ ଠାରୁ ଟୁଇଟରରେ ହଠାତ # ବଏକଟ ଶାହାରୁଖ ଖାନ’ ଟ୍ରେଣ୍ଡ କରୁଛି। ଟୁଇଟରରେ ଶାହାରୁଖ ଖାନ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ଫଟୋ ଦ୍ରୁତଗତିରେ ଭାଇରାଲ ହେଉଛି। ଏହି ଫଟୋ ଭାଇରାଲ ହେବା ପରେ # ବଏକଟ ଶାହାରୁଖ ଖାନ’ ଟ୍ରେଣ୍ଡ କରିବାରେ ଲାଗିଛି।
ସୋସିଆଲ ମିଡିଆରେ ଲୋକେ ଇମ୍ରାନ ଖାନ ସହିତ ଶାହାରୁଖ ଖାନଙ୍କ ପୁରୁଣା ଫଟୋକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକେ ଅଭିନେତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରୁଛନ୍ତି। ନିକଟରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଇମ୍ରାନ ଖାନ ତାଲିବାନକୁ ସାହାଯ୍ୟ କରୁଥିବା ନେଇ ଶାହାରୁଖ ଅଭିଯୋଗ କରିଥିଲେ। ତାଙ୍କୁ ନିନ୍ଦା ମଧ୍ୟ କରିଥିଲେ। ହେଲେ ଏବେ ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ୍ ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକାଠି ବସିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶାହାରୁଖଙ୍କୁ ବୟକଟ୍ କରିବା ପାଇଁ ଜୋରଦାର ଦାବି ହେଉଛି।
शाहरुख़ खान और उसकी फ़िल्मों का पूर्ण बहिष्कार !
जय हिंद जय भारत #BoycottShahRukhKhan#BoycottShahRukhKhanpic.twitter.com/px8NEQYHJW— Damini Prakash Singh (@damini_prakash) September 16, 2021
ଅନ୍ୟପଟେ ସୋସିଆଲ ମିଡିଆରେ ଯେଉଁ ଟ୍ୱିଟ୍ ଭାଇରାଲ ହେଉଛି, ସେଥିରେ ଶାହାରୁଖଙ୍କୁ ପାକିସ୍ତାନର ଏଜେଣ୍ଟ ବୋଲି କୁହାଯାଇଛି। ଶାହାରୁଖ ଖାନ୍ ଏବଂ ତାଙ୍କ ଫିଲ୍ମକୁ ସମ୍ପୂର୍ଣ୍ଣ ଭାବେ ବହିସ୍କାର କରିବା ପାଇଁ ମଧ୍ୟ ଦାବି କରାଯାଉଛି । ଗୋଟିଏ ପଟେ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ବୟକଟ ଟ୍ରେଣ୍ଡ ଚାଲିଥିବା ବେଳେ ଅନ୍ୟପଟେ ଶାହାରୁଖ ଖାନଙ୍କ ଟିମ୍ ଏହି ଟ୍ରେଣ୍ଡକୁ ଭାଙ୍ଗିବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।