ଇସ୍‌ଲାମାବାଦ: ଚଳିତ ମାସରେ ଇସଲାମାବାଦରେ ହେବାକୁ ଥିବା ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ନେତୃତ୍ୱରେ ଥିବା ପାକିସ୍ତାନ ସେନାର ଶୀର୍ଷ ମଣ୍ଡଳୀ। ଏଭଳି ସ୍ଥିତିରେ ଭାରତକୁ ମନେ ପକାଇଛନ୍ତି ଇମ୍ରାନ ଖାନ୍।

Advertisment

ଭାରତର ବିଦେଶ ନୀତିକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଭାରତ ଆମେରିକା ସହିତ କ୍ୱାଡର ଏକ ଅଂଶ ଭାବରେ ରହିଛି। ହେଲେ ଆମେରିକା ତୈଳ ଆମଦାନୀକୁ ବିରୋଧ କରୁଥିବା ବେଳେ ଭାରତ ରୁଷରୁ ତେଲ ଆମଦାନୀ କରୁଛିି। ଏହା ହେଉଛି ଭାରତର ବୈଦେଶିକ ନୀତି। ମୁଁ ଆଜି ଭାରତକୁ ପ୍ରଶଂସା କରୁଛି। କାରଣ ଭାରତ ସର୍ବଦା ଏକ ସ୍ବାଧୀନ ବୈଦେଶିକ ନୀତି ବଜାୟ ରଖିଛି। ପ୍ରତିବନ୍ଧକ ସତ୍ତ୍ବେ ଭାରତ ରୁଷରୁ ତୈଳ ଆମଦାନୀ କରୁଛି। କାରଣ ଭାରତର ବୈଦେଶିକ ନୀତି ଲୋକଙ୍କ ଉନ୍ନତି ପାଇଁ କାମ କରେ।

Pakistan Prime Minister Imran Khan indiatoday

ତେବେ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ସେନାମୁଖ୍ୟ ବାଜୱା ଏବଂ ତିନି ଜଣ ବରିଷ୍ଠ ଲେଫ୍‌ଟନାଣ୍ଟ ଜେନେରାଲ ଏକ ବୈଠକରେ ନେଇଥିଲେ ଯାହା ସେନା ମୁଖ୍ୟ ତଥା ଲେଫ୍‌ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ, ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍‌ସର ମହାନିର୍ଦ୍ଦେଶକ ଇମ୍ରାନ ଖାନଙ୍କୁ ଭେଟିବା ପରେ ହୋଇଥିଲା।

ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଆଶା କରୁଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ରାହିଲ ସରିଫଙ୍କର ବାଜୱାଙ୍କୁ ସାକ୍ଷାତ ପିଟିଆଇ ସରକାରଙ୍କୁ ବଞ୍ଚାଇବ। ତେବେ ଜେନେରାଲ ରାହିଲ ତାଙ୍କ ମିଶନରେ ବିଫଳ ହୋଇଥିଲେ ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି।