କର୍ତାରପୁର ଯିବାକୁ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ପାସ୍‌ପୋର୍ଟ ଆବଶ୍ୟକ ନାହିଁ: ଇମ୍ରାନ ଖାନ

ଇସ୍‌ଲାମ୍‌ବାଦ୍‌: ଭାରତୀୟ ଶିଖ୍‌ମାନଙ୍କ କର୍ତାରପୁର ଯାତ୍ରା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଭାରତର ଶିଖ୍‌ ତୀର୍ଥ ଯାତ୍ରୀମାନଙ୍କ ପାଇଁ କର୍ତାରପୁର ଯାତ୍ରା କରିବାକୁ ପାସପୋର୍ଟର ଆବଶ୍ୟକତା ନାହିଁ। କେବଳ ଆବଶ୍ୟକୀୟ ଆଇଡି ପ୍ରମାଣ ପତ୍ର ସାଥୀରେ ଥିଲେ ବି ଯାତ୍ରା କରିପାରିବେ। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ଇମ୍ରାନ ଖାନ ଆହୁରି ବି ଘୋଷଣା କରିଛନ୍ତି ଯେ ଗୁୁରୁଦ୍ୱାର ଦରବାର ସାହିବକୁ ଯାତ୍ରା କରିବାକୁ ତୀର୍ଥଯାତ୍ରୀମାନଙ୍କୁ ୧୦ ଦିନ ଆଗରୁ କୌଣସି ପଞ୍ଜିକରଣ କରିବାର ବି ଆବଶ୍ୟକତା ନାହିଁ।

ଆଜି ସକାଳୁ ଇମ୍ରାନ ତାଙ୍କ ଟ୍ଵିଟ୍‌ର ଆକାଉଣ୍ଟ୍‌ରେ ଘୋଷଣା କରି କହିଛନ୍ତି ଯେ ‘ନଭେମ୍ବର ୧୨ ତାରିଖରେ ପଡୁଥିବା ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀରେ ଯୋଗ ଦେବା ପାଇଁ ୯ ତାରିଖରେ କର୍ତାରପୁରରେ ପହଞ୍ଚିବାକୁ ଯୋଜନା କରୁଥିବା ତୀର୍ଥଯାତ୍ରୀମାନେ ବିନା ପାସପୋର୍ଟରେ କେବଳ ଆବଶ୍ୟକୀୟ ଆଇଡି ପ୍ରମାର ପତ୍ର ଦେଖାଇ ଆସିପାରିବେ।’

ସମ୍ବନ୍ଧିତ ଖବର