ଟିକା ନେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମବାଦ୍‌: କରୋନା‌ ଟିକା ନେବାର ୩ ଦିନ ମଧ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଗତ ୧୮ ତାରିଖରେ କରୋନା ଭାଇରସ ସଂକ୍ରମଣ ଲାଗି  ଟିକା ନେଇଥିବା ବେଳେ ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସ୍ବାସ୍ଥ୍ୟ ସେବା ନିୟନ୍ତ୍ରଣ ଏବଂ ସଂଚାଳନ ବିଭାଗର ସ୍ବତନ୍ତ୍ର ସହକାରୀ ଫୈଜଲ୍‌ ସୁଲତାନ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରୋନା ପଜିଟିଭ୍‌ ହୋଇଛନ୍ତି ଓ ସେ ନିଜକୁ ପୃଥକ କରି ରଖିଛନ୍ତି।’

ଗତ ୧୮ ତାରିଖରେ ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ସୂଚନା ଦିଆଯାଇଥିଲା ଯେ ‘ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କରୋନା ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି।’

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏପରି ଉଦାହରଣ ଦେଖିବାକୁ ମିଳିଛି। ଟିକା ନେବା ପରେ ବି ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବା ବାରମ୍ବାର ନଜରକୁ ଆସୁଛି।

 

ସମ୍ବନ୍ଧିତ ଖବର