ଆଇଏମଏଫର କଠୋର ସର୍ତ୍ତ ମାନିବା ଛଡ଼ା ଆମ ପାଖରେ ଉପାୟ ନାହିଁ : ସରିଫ୍

ଇସ୍ଲାମାବାଦ : ପାକିସ୍ତାନ ଏବେ ଏକ ଭୟଙ୍କର ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି । ଏ ପରିପ୍ରେକ୍ଷୀରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ଠାରୁ ଋଣ ଆବେଦନ କରିଛି । କିନ୍ତୁ ଆଇଏମଏଫ ପାକିସ୍ତାନ ଉପରେ ଯେଉଁ ସର୍ତ୍ତାରୋପ କରିଛି ତାହାକୁ ଦେଇ ପାକିସ୍ତାନର ହୋସ ଉଡ଼ିଯାଇଛି । କିନ୍ତୁ ଏସବୁ କଠୋର ସର୍ତ୍ତ ସତ୍ତ୍ବେ ପାକିସ୍ତାନ ସରକାରଙ୍କ ପାଖରେ ଯେ ଅନ୍ୟ କୌଣସି ଉପାୟ ନାହିଁ, ତାହା ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସ୍ବୀକାର କରିଛନ୍ତି ।

ଆଇଏମଏଫର କଠୋର ନୀତି ସାମ୍ନାକୁ ଆସିବା ପରେ ଶାହବାଜ ସରିଫଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ଦିନ କହିଛନ୍ତି ଯେ ୭ ବିଲିୟନ ଡଲାର ଋଣ ପ୍ରଦାନ ପାଇଁ ପାକିସ୍ତାନ ଗସ୍ତରେ ଆସିଥିବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ଟିମ ତାଙ୍କ ଦେଶ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ । ପାକିସ୍ତାନର ଏବେକାର ଅର୍ଥନୈତିକ ଆହ୍ୱାନ ଅକଳ୍ପନୀୟ ରହିଛି। କିନ୍ତୁ ଆଇଏମଏଫ ସମୀକ୍ଷା ସମାପ୍ତ କରିବା ପାଇଁ ଯେଉଁ ସର୍ତ୍ତଗୁଡିକ ପୂରଣ କରିବାକୁ ପଡିବ ତାହା  ମଧ୍ୟ କଳ୍ପନା ବାହାରେ ।

ପେଶାୱାରରେ ସର୍ବୋଚ୍ଚ କମିଟି ବୈଠକକୁ ସମ୍ବୋଧିତ କରି ସେ କହିଥିଲେ ଯେ ସର୍ତ୍ତ ଲାଗୁ କରିବା ବ୍ୟତୀତ ଦେଶ ପାଖରେ କୌଣସି ବିକଳ୍ପ ନାହିଁ। ନାଥନ ପୋର୍ଟରଙ୍କ ଅଧ୍ୟକ୍ଷତାରେ ଆଇଏମଏଫ ପ୍ରତିନିଧି ଦଳ ପାକିସ୍ତାନ ଆସିଛନ୍ତି ।

ଜାନୁଆରୀ ୨୭ ପର୍ଯ୍ୟନ୍ତ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୩.୦୯ ବିଲିୟନ ଡଲାରକୁ ଖସି ଆସିଛି, ଯାହା ଦ୍ବାରା ପାକିସ୍ତାନ ମାତ୍ର ୧୮ ଦିନର ଆମଦାନୀ କରିପାରିବ ।

ସମ୍ବନ୍ଧିତ ଖବର