ପାକିସ୍ତାନରେ ହିନ୍ଦୁ ବାଳିକା ଅପହରଣ ଘଟଣା : ସୁଷମାଙ୍କ ହସ୍ତକ୍ଷେପ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଇମ୍ରାନ ଖାଁ

ଇସ୍ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ ଓ ବଳପୂର୍ବକ ଧର୍ମପରିବର୍ତ୍ତନ ଘଟଣାରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ପାକିସ୍ତାନ ସରକାରଙ୍କ ଚେତା ପଶିଛି । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ଝିଅ ଯେପରି ଘରକୁ ଫେରିବା ତାହାର ବ୍ୟବସ୍ଥା କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ କହିଛନ୍ତି ।
ଏହା ପୂର୍ବରୁ ଭାରତର ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ଏ ସଂପର୍କରେ ରିପୋର୍ଟ ଦେବା ପାଇଁ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ହୋଲି ଦିନ ପାକିସ୍ତାନର ସିନ୍ଧ ପ୍ରଦେଶର ଢାରକି ଟାଉନର ଏକ ହିନ୍ଦୁ ପରିବାର ପାଇଁ ଦୁର୍ଦ୍ଦିନ ମାଡିଆସିଥିଲା । ଗୋଟିଏ ପରିବାରର ଦୁଇ ନାବାଳିକା ଝିଅ ରବିନା (୧୩) ଓ ରିନା (୧୫)ଙ୍କୁ କେତେକ ଲୋକ ଜବରଦସ୍ତି ଅପହରଣ କରି ଦୁଷ୍କର୍ମ କରିବା ସହ ଧର୍ମପରିବର୍ତ୍ତନ କରି ସଂପୃକ୍ତ ଲୋକମାନଙ୍କ ସହ ନିକାହ ( ବିବାହ) କରାଯାଇଥିବା ଅଭିଯୋଗ ଆସିଛି । ଏ ନେଇ କେତେକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଘଟଣାରେ ନ୍ୟାୟ ପାଇଁ ସଂପୃକ୍ତ ବାଳିକାଙ୍କ ବୃଦ୍ଧ ବାପା ସିନ୍ଧର ଏକ ପୁଲିସ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ଓ ପ୍ରଶାସନଠାରୁ ନ୍ୟାୟ ଭିକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର