ୱାଶିଂଟନ୍‌: ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ପ୍ରଚଣ୍ଡ ପ୍ରହାର କରିଛି ଭାରତ । ‘ଅପରେସନ୍‌ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଉଭୟ ଭାରତ ଓ ପାକିସ୍ତାନ ସହ ତାଙ୍କ ସଂପର୍କ ଭଲ  । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବନ୍ଦ ହେଉ । ଦୁଇ ଦେଶ ଉତ୍ତେଜନା ନବଢାଇକୁ ପରାମର୍ଶ ଦେଇଛନ୍ତି ଟ୍ରମ୍ପ । ଯଦି ଏହି ପ୍ରସଙ୍ଗରେ ସେ କିଛି କରିପାରିବେ ତେବେ ନିଶ୍ଚୟ କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।  

Advertisment

ଭାରତର ‘ଅପରେସନ ସିନ୍ଦୂର’ ପରେ ବିଳିବିଳେଇ ଉଠିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଉଗ୍ର ହେଉଛି ସେହବାଜ ସରକାର । ପାକିସ୍ତାନ ସଂସଦରେ ଏୟାରଷ୍ଟ୍ରାଇକକୁ ସ୍ୱୀକାର କରିଛନ୍ତି ସେହେବାଜ ସରିଫ୍‌ । ବୁଧବାର ବିଳମ୍ୱିତ ରାତିରେ ସଂସଦରୁ ଦେଶକୁ ସମ୍ୱୋଧନ କରି ପାକ୍‌ ପ୍ରଧାନମନ୍ତ୍ରୀ ବଡ ବୟାନ ଦେଇଛନ୍ତି । କହିଛନ୍ତି, ଭାରତ ମଙ୍ଗଳବାର ରାତିରେ ଯାହା କରିଛି, ତାର ଗମ୍ଭୀର ପରିଣତ ଭୋଗିବ । ଭାରତକୁ ପ୍ରତ୍ୟେକ ରକ୍ତ ବୁନ୍ଦାର ହିସାବ ଦେବାକୁ ପଡିବ, ଏହି ବର୍ବରତା ପାଇଁ ଭାରତ ବଡ ମୂଲ୍ୟ ଦେବ ବୋଲି ଚେତାବନୀ ଦେଇଛନ୍ତି ।

ପାକିସ୍ତାନ କେମିତି ଜୋରଦାର ଜବାବ ଦିଏ, ମଙ୍ଗଳବାର ରାତିରେ ତାହା ପ୍ରମାଣିତ କରିଛୁ ବୋଲି କହିଛନ୍ତି ସରିଫ । ଏଥିସହ ଦେଶବାସୀଙ୍କୁ ସମମ୍ୱୋଧିତ କରି ସେ କହିଛନ୍ତି, ଦେଶ ପାଇଁ ଶେଷ ନିଶ୍ୱାସ ଯାଏ ଲଢ଼େଇ କରିବୁ । ଏୟାର ଷ୍ଟ୍ରାଇକ୍‌ ପରେ କିଛି ଘଣ୍ଟା ଭିତରେ ଭାରତୀୟ ସେନାକୁ କଡ଼ା ଜବାବ ଦେଇ ଘଉଡ଼ାଇ ଦେଇଛୁ ବୋଲି କହିଛନ୍ତି ସେହବାଜ ସରିଫ୍‌ । ଭାରତର କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଓ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି । ସରିଫ ମୃତକଙ୍କୁ ସହିଦ ସମ୍ୱୋଧନ କରି ତାଙ୍କ ପରିବାର ସହ ପୂରା ପାକିସ୍ତାନ ରହିଥିବା କହିଛନ୍ତି ।