ଇସଲାମାବାଦ: ଖେବର ପାଖତୁନଙ୍ଖା ମହମୁଦ ଖାନଙ୍କୁ ଚେତାବନୀ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ସେ କହିଛନ୍ତି ଯେ ଯଦି ସେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ କିଲୋଗ୍ରାମ ଅଟା ବ୍ୟାଗର ମୂଲ୍ୟ ୪୦୦ ଟଙ୍କାରୁ ତଳକୁ ନଆସେ, ତା’ହେଲେ ସେ ନିଜର ପୋଷାକ ବିକ୍ରି କରି ଲୋକମାନଙ୍କୁ ଶସ୍ତାରେ ଅଟା ଯୋଗାଇ ଦେବେ। ରବିବାର ଥାକାରା ଷ୍ଟାଡିୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ମୋର ଶବ୍ଦର ପୁନରାବୃତ୍ତି କରୁଛି। ମୁଁ ମୋର ପୋଷାକ ବିକ୍ରି କରିବି ଏବଂ ଲୋକମାନଙ୍କୁ ଶସ୍ତା ଗହମର ଅଟା ଯୋଗାଇ ଦେବି।"

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଇମ୍ରାନ ଖାନ ଦେଶକୁ ସର୍ବାଧିକ ବେକାରୀ ହାର ଏବଂ ମୁଦ୍ରାସ୍ଫୀତି ହାର ଉପହାର ଦେଇଛନ୍ତି। ସେ ପାଞ୍ଚ ନିୟୁତ ଘର ଏବଂ ୧୦ ନିୟୁତ ଚାକିରି ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରିନାହାନ୍ତି ଏବଂ ଦେଶକୁ ଆର୍ଥିକ ସଙ୍କଟରେ ପକାଇ ଦେଇଛନ୍ତି। ମୁଁ ଆପଣମାନଙ୍କ ଆଗରେ ଘୋଷଣା କରୁଛି ଯେ ମୁଁ ମୋର ଜୀବନ ଦେବି ପଛେ କିନ୍ତୁ ଏହି ଦେଶକୁ ପ୍ରଗତି ଏବଂ ବିକାଶର ପଥରେ ଆଗେଇ ନେବି।

publive-image ndtv

ନିଜ ରାଲିରେ ପ୍ରଧାନମନ୍ତ୍ରୀ ସରିଫ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ମୁଁ ଆପଣଙ୍କୁ ଭେଟିବାକୁ ଏଠାକୁ ଆସୁଥିଲି ସେତେବେଳେ ମୋ ପିଠିରେ ଯନ୍ତ୍ରଣା ହୋଇଥିଲା। କିନ୍ତୁ ମୁଁ ଏଠାକୁ ଆସିବାର ଯୋଜନା ବାତିଲ କରିନଥିଲି। କାରଣ ମୋର ମନେ ପଡ଼ିଲା ଯେ ନୱାଜ ସରିଫଙ୍କୁ ଏହି ଦେଶର ଲୋକମାନେ କେତେ ଭଲ ପାଆନ୍ତି।