ପାକିସ୍ତାନର ଦେବାଳିଆ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ରେ ବିଦ୍ୟୁତ କାଟ ନୋଟିସ୍‌

ଇସଲାମାବାଦ୍‌: ପାକିସ୍ତାନ ଏବେ ଏଭଳି ସ୍ଥିତିରେ ଆସି ପହଞ୍ଚିଛି ଯେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ର ବିଦ୍ୟୁତ୍‌ ବିଲ୍‌ ବି ଏହା ଠିକ୍‌ ଭାବେ ପୈଠ କରିପାରୁ ନାହିଁ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସରକାରଙ୍କୁ ଏବେ ଅତି ଅପମାନଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ର ପ୍ରାୟ ୪୧ ଲକ୍ଷ ଟଙ୍କା ବିଦ୍ୟୁତ୍‌ ବିଲ ପୈଠ ହୋଇନଥିବାରୁ ଇସଲାମାବାଦ୍‌ ଇଲେକ୍ଟ୍ରିକ୍‌ ସପ୍ଲାଏ କମ୍ପାନି (ଆଇଇଏସ୍‌ସିଓ) ଏବେ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟକୁ ନୋଟିସ୍‌ କରିଛି। ଯଥାଶୀଘ୍ର ବିଲ୍‌ ପୈଠ ନହେଲେ ବିଦ୍ୟୁତ୍‌ କାଟ କରାଯିବ ବୋଲି ଏହି ନୋଟିସ୍‌ରେ କୁହାଯାଇଛି। ଅନ୍ୟପକ୍ଷେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଫିସ୍‌ର ପୂର୍ବ ମାସର ୩୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ମଧ୍ୟ ପୈଠ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର