ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଶିଖ ଯୁବତୀଙ୍କୁ ଅପହରଣ, ୪ ଗିରଫ

ଚଣ୍ଡିଗଡ଼ : ଏକ ଶିଖ ତୀର୍ଥଯାତ୍ରୀ ଦଳ ସହ ପାକିସ୍ତାନର କର୍ତ୍ତାରପୁର ଯାଇଥିବା ଏକ ଯୁବତୀଙ୍କୁ  ଅପହରଣ କରାଯାଇଥିବା ଖବର ହସ୍ତଗତ ହୋଇଛି । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପାକିସ୍ତାନ ପୁଲିସ ୪ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୩୦ ତାରିଖରେ ଏହି ଯୁବତୀ ଏକ ଶିଖ ତୀର୍ଥଯାତ୍ରୀ ଦଳ ସହ କର୍ତ୍ତାରପୁରରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ଦର୍ଶନ କରିବାକୁ ଯାଇଥିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା । ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ଲାହୋର ଓ ଫୈସଲାବାଦ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏ ପର୍ଯ୍ୟନ୍ତ ଉକ୍ତ ଯୁବତୀକୁ ଉଦ୍ଧାର କରାଯାଇପାରିନାହିଁ ।

ପାକିସ୍ତାନରେ ଅନ୍ୟ ଧର୍ମର ଯୁବତୀମାନଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଜବରଦସ୍ତି ଧର୍ମପରିବର୍ତ୍ତନ କରିବା ଏକ ସାଧାରଣ ଘଟଣା ହୋଇଗଲାଣି । ପାକିସ୍ତାନରେ ରହୁଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଯୁବତୀମାନଙ୍କୁ ଅପହରଣ କରି ଜବରଦସ୍ତି ଧର୍ମପରିବର୍ତ୍ତନ କରାଯାଉଛି । ଆମେରିକା ଭିତ୍ତିକ ବିଶ୍ୱ ସିନ୍ଧି କାଉନସିଲର ତଥ୍ୟ ଅନୁସାରେ ପାକିସ୍ତାନରେ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୧ ହଜାର ସିନ୍ଧି ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ, ହତ୍ୟା କିମ୍ବା ଜବରଦସ୍ତି ଧର୍ମପରିବର୍ତ୍ତନ କରାଯାଇଛି ।

ସମ୍ବନ୍ଧିତ ଖବର