ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ପାକ୍ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ହସ୍ପିଟାଲରେ ଭର୍ତ୍ତି । ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ୨୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଅସୁସ୍ଥ ଥିବା ଏବଂ ତାଙ୍କୁ ହସ୍ପିଟାଲଲରେ ଭର୍ତ୍ତି କରାଯାଇଥିବା ନେଇ ସୋସିଆଲ ମିଡିଆରେ ଏକ ରିପୋର୍ଟ ଭାଇରାଲ ହେଉଛି ।
Pakistan Prime Minister is hospitalised? What happened to Mr Shahbaz Sharif? pic.twitter.com/H5j5Cp80WT
— Pramod Kumar Singh (@SinghPramod2784) April 28, 2025
ତେବେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ଭାଇରାଲ ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନକହିବା ଯାଏଁ ଏହି ଖବର କୌଣସି ଗଣମାଧ୍ୟମକୁ ଦିଆଯିବନି ବୋଲି ବି ଉଲ୍ଲେଖ ରହିଛି ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ହସ୍ପିଟାଲରେ ଭର୍ତ୍ତି ନେଇ ଯଦିଓ କୌଣସି ସରକାରୀ ସୂତ୍ରରୁ ଖବର ଆସିନି ତେଣୁ ଭାଇରାଲ ହେଉଥିବା ଏହି ରିପୋର୍ଟ ମିଥ୍ୟା ହୋଇଥାଇପାରେ ବୋଲି ବି ଚର୍ଚ୍ଚା ହେଉଛି । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତର ଆକ୍ସନ ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଛାନିଆରେ ହସ୍ପିଟାଲରେ ଭର୍ତ୍ତି ହୋଇଥାଇପାରନ୍ତି ବୋଲି କହି ମିଛରେ ହୁଏତ ଏହି ରିପୋର୍ଟକୁ ଭାଇରାଲ କରାଯାଉଥାଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/29/fmIpMUffVYFrVG71NKFR.jpg)