ଆମେ ଭାରତ ସହ ସ୍ଥାୟୀ ଶାନ୍ତି ଚାଁହୁଛୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଲାହୋର: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଅଶାନ୍ତି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ | ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଆମେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁଛୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ କୌଣସି ଦେଶ ପାଇଁ ଯୁଦ୍ଧ ସବୁଠୁ ବଡ ସମସ୍ୟା ହୋଇଥିବାରୁ ଆଲୋଚନା ମାଧ୍ୟମରେ ପାକିସ୍ତାନ ଭାରତ ସହ “ସ୍ଥାୟୀ ଶାନ୍ତି” ଚାହୁଁଛି। କାରଣ କଶ୍ମୀର ସମସ୍ୟାର ସମାଧାନ ପାଇଁ ଯୁଦ୍ଧ ବିକଳ୍ପ ନୁହେଁ । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ଦଳ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ ଜାତିସଂଘର ସଂକଳ୍ପ ଅନୁଯାୟୀ କାଶ୍ମୀର ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଶାନ୍ତି ଆବଶ୍ୟକ।

ସେ କହିଛନ୍ତି ଯେ, “ଆମେ ଆଲୋଚନା ମାଧ୍ୟମରେ ଭାରତ ସହିତ ସ୍ଥାୟୀ ଶାନ୍ତି ଚାହୁଁ, କାରଣ ଯୁଦ୍ଧ କୌଣସି ଦେଶ ପାଇଁ ବିକଳ୍ପ ନୁହେଁ। ଏହି ଆଲୋଚନା ସମୟରେ ଶେହବାଜ ସରିଫ କହିଛନ୍ତି ଯେ ଇସଲାମାବାଦ ଏବଂ ନୂଆଦିଲ୍ଲୀ ବାଣିଜ୍ୟ, ଅର୍ଥନୀତି ଏବଂ ସେମାନଙ୍କ ଲୋକଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କାମ କରିବା ଉଚିତ। ଉଲ୍ଲେଖ ଥାଉ କି କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ । ଭାରତ ବାରମ୍ବାର ପାକିସ୍ତାନକୁ କହିଛି ଯେ ଜମ୍ମୁକଶ୍ମୀର ସବୁଦିନ ପାଇଁ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଏବଂ ରହିବ। ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସାଧାରଣ ପଡୋଶୀ ସମ୍ପର୍କ ଚାହେଁ |

ସମ୍ବନ୍ଧିତ ଖବର